STORYMIRROR

Bijay Prusty

Others

4  

Bijay Prusty

Others

କାହ୍ନା ଲବଣୀ ଚୋର

କାହ୍ନା ଲବଣୀ ଚୋର

1 min
268

ଗୋପୀ ଚିତ୍ତଚୋର କାଳିଆ ନାଗର

ଯଶୋଦା ନୟନ ତାରା

ପାଟିର ମାଟିରେ ଦେଖାଇ ଥିଲୁ ତୁ

ବିଶ୍ୱ ବ୍ରହ୍ମାଣ୍ଡକୁ ପରା'


ତୋ ସହିତ ଲଢି କେତେଯେ ରାକ୍ଷାସ

ରାକ୍ଷାସୀ ପାଇଲେ ମୁକ୍ତି

ଆହେ ବାସୁଦେବ କଂସ ନାଶଗଲା

କଲା ନାହିଁ ବୋଲି ଭକ୍ତି I


ଘର ଘର ବୁଲି ଲବଣୀ ଚୋରାଇ

କେତେ ନାଟ କରୁଥିଲୁ

ଦହିହାଣ୍ଡି ଭାଙ୍ଗି ଗୋପାଳୁଣୀଙ୍କର

ବାଟ ତୁ ଓଗାଳୁଥିଲୁ I


ଇନ୍ଦ୍ରଙ୍କୁ ଜବତ କଲୁ କଳାକାହ୍ନୁ

ଟେକି ଗୋବର୍ଦ୍ଧନ ଗିରି

କାଳୀୟ ଦଳନ କରିଥିଲୁ ଦିନେ

ତା ଫଣାରେ ନୃତ୍ୟ କରି I


ବୃନ୍ଦାବନ କେଳି କୁଞ୍ଜେ ବସି କାହ୍ନା

ବଜାଇ ମୋହନ ବଂଶୀ

ରଧାଙ୍କର ମାନ ଭଞ୍ଜୁଥିଲୁ କାହ୍ନା

ଦେଉଥିଲୁ ଟିକେ ହସି I


ତୁ କଳା କହ୍ନେଇ ଜଗତର ସାଇଁ

ଭଜୁଥିବି ଶ୍ରୀପୟର

ଆହେ ଦାମୋଦର ଏ ଭବ ସାଗରୁ

ପାରିକର ପାରିକର I

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍