STORYMIRROR

Satyabati Swain

Others

3  

Satyabati Swain

Others

କାହିଁକି

କାହିଁକି

1 min
340

ସମୟ ଅଜଣା

ବେଳେ ବେଳେ ଖୁବ୍ ଡରାଏ

ସମ୍ପର୍କ

ମନ ଭାଂଗି ଦିଏ

ସମାଜ

ଲକ୍ଷ୍ମଣରେଖା ଟାଣେ

ସୁଯୋଗ

ହାତଛଡା ହୋଇ ମନସ୍ତାପ ଦିଅନ୍ତି।


ଜୀଇଁବାର ଇଛା ଶକ୍ତି

ଘୁମେଇଁ ପଡେ

ସ୍ୱପ୍ନ ଆତ୍ମହତ୍ୟା କରନ୍ତି

ହତାଶା, ଅସହାୟ,ଅସଫଳ

ବନ୍ଧୁ ହୁଅନ୍ତି

କାହିଁକି ଏମିତି ହୁଏ ।


ଯଦି ତୁମ ଇଛାରେ ସବୁ

କେଉଁ ମଙ୍ଗଳ ହୁଏ

ଅଦିନେ ଦର ଫୁଟା ଫୁଲ

କାହା ବୁଟ ତଳେ ଦଳି ଚକଟି ହୋଇଗଲେ ।


କାହିଁକି ଜୀବନେ

ଏତେ ଦୁଃଖ ଆସେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍