କାହିଁକି
କାହିଁକି
1 min
335
ସମୟ ଅଜଣା
ବେଳେ ବେଳେ ଖୁବ୍ ଡରାଏ
ସମ୍ପର୍କ
ମନ ଭାଂଗି ଦିଏ
ସମାଜ
ଲକ୍ଷ୍ମଣରେଖା ଟାଣେ
ସୁଯୋଗ
ହାତଛଡା ହୋଇ ମନସ୍ତାପ ଦିଅନ୍ତି।
ଜୀଇଁବାର ଇଛା ଶକ୍ତି
ଘୁମେଇଁ ପଡେ
ସ୍ୱପ୍ନ ଆତ୍ମହତ୍ୟା କରନ୍ତି
ହତାଶା, ଅସହାୟ,ଅସଫଳ
ବନ୍ଧୁ ହୁଅନ୍ତି
କାହିଁକି ଏମିତି ହୁଏ ।
ଯଦି ତୁମ ଇଛାରେ ସବୁ
କେଉଁ ମଙ୍ଗଳ ହୁଏ
ଅଦିନେ ଦର ଫୁଟା ଫୁଲ
କାହା ବୁଟ ତଳେ ଦଳି ଚକଟି ହୋଇଗଲେ ।
କାହିଁକି ଜୀବନେ
ଏତେ ଦୁଃଖ ଆସେ ।
