STORYMIRROR

Amiya Bej

Others

2  

Amiya Bej

Others

କାହିଁକି ?

କାହିଁକି ?

1 min
2.6K


 ନ ପାଇବା ଯାଏଁ ଖାଲି , ପାଇନି କାହିଁକି ?

ପାଇଗଲା ପରେ ଏବେ , ପାଇଲି କାହିଁକି?

ନ କହିବା ଯାଏଁ ଖାଲି , କହିନି କାହିଁକି ?

କହିଦେଲା ପରେ ଏବେ , କହିଲି କାହିଁକି ?

ନ ମିଳିବା ଯାଏଁ ଖାଲି , ମିଳିନି କାହିଁକି ?

ମିଳିଗଲା ପରେ ଏବେ , ମିଳିଲା କାହିଁକି ?

ନ ଭେଟିଲା ଯାଏଁ ଖାଲି , ଭେଟିନି କାହିଁକି ?

ଭେଟିନେଲା ପରେ ଏବେ , ଭେଟିଲି କାହିଁକି ?

ନ ଛୁଇଁଲା ଯାଏଁ ଖାଲି , ଛୁଇଁନି କାହିଁକି ?

ଛୁଇଁଦେଲା ପରେ ଏବେ , ଛୁଇଁଲି କାହିଁକି ?

ନ ଗଢିବା ଯାଏଁ ଖାଲି , ଗଢିନି କାହିଁକି ?

ଗଢିନେଲା ପରେ ଏବେ, ଗଢିଲି କାହିଁକି ?

ନ ଭାଙ୍ଗିଲାଯାଏଁ ଖାଲି , ଭାଙ୍ଗିନି କାହିଁକି ?

ଭାଙ୍ଗିଦେଲା ପରେ ଏବେ , ଭାଙ୍ଗିଲି କାହିଁକି ?

ତୁମକୁ ...

ନ ଭୁଲିଲା ଯାଏଁ ଖାଲି , ଭୁଲିନି କାହିଁକି ?

ଏବେ ଭୁଲିଗଲାପରେ , ଭୁଲିଲି କାହିଁକି ?

କାହିଁକି କାହିଁକି କାହିଁକି ?

( ରାତିସାରା ଲାଇନ୍ ନଥିବାରୁ , ଗୋଟେ ଅନ୍ଧାରୁଆ ମେଘୁଆ ତତକ୍ଷଣାତ୍ ଅକବିତା ! )

@ ଅମୀୟ ବେଜ୍ ,


Rate this content
Log in