STORYMIRROR

Biswajit Sahoo

Others

3  

Biswajit Sahoo

Others

କାହିଁକି

କାହିଁକି

1 min
187

କହିବାକୁ ଅନେକ କିଛି ଅଛି,

ହେଲେ ଶୁଣିବାକୁ କେହି ନାହିଁ।

ଲେଖିବାକୁ ଅନେକ କିଛି ଅଛି,

ହେଲେ ପଢିବାକୁ କେହି ନାହିଁ।

ହୃଦୟର ବ୍ୟଥା ନା‌ ପ୍ରକାଶିତ ହୋଇପାରୁଛି,

ନା ମନ ତଳ କୋହ, ଲୁହ ହେଇ ଝରି ପାରୁଛି..

ବାସ୍ ଏଇ ତ ହେଉଛି ନିଃସଙ୍ଗ ଜୀବନ,

ନା ଜୀଇଁ ହଉଛି ନା ମରି ହଉଛି ।


ନା ଅଛି କାହା ପ୍ରତି କ୍ରୋଧ,

ନା‌ ଅଛି ଅଭିମାନ,

କେବଳ ଏତିକି ଅଭିଯୋଗ,

ଭଗବାନଙ୍କ ପ୍ରତି,

ଜୀବନଟି କାହିଁକି ଦେଲେ ?

ଆଉ ଯଦି ଦେଲେ,

ଏତେ ଯନ୍ତ୍ରଣା କାହିଁକି ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍