STORYMIRROR

Pranati Mahapatra

Others

3  

Pranati Mahapatra

Others

କାହିଁକି କେଜାଣି

କାହିଁକି କେଜାଣି

1 min
623





ସବୁକବି ମାନେ କାହିଁକି କେଜାଣି

ବିରହ ଗୀତ ଗାଆନ୍ତି,

ଅଭୁଲା ମୂହୁର୍ତ୍ତ ଅଫେରା କୀର୍ତ୍ତିକୁ

କବିତାରେ ବଖାଣନ୍ତି।

ଆଜି କାଲି ବେଶୀ ଅଳପ ବୟସେ

କବି ଖାଲି ଦେଖାଯାନ୍ତି,


ବିରହ ବେଦନା ଅସଫଳ ଭାବ

କବିତାରେ ଯେ ଫୁଟାନ୍ତି,



ଆଜି ସମାଜରେ କାହିଁକି କେଜାଣି

ସଭିଏଁ ଅସଫଳ,

ପରାଜୟ ଗ୍ଲାନି ଜାବୁଡ଼ି ଧରିଛି

ମନପ୍ରାଣ ଯେ ବିଫଳ।

ବିପଦ ଆସିଲେ ଡରେ ନାହିଁ ଯିଏ

ଧରିଥାଏ ଧୈର୍ଯ୍ୟ ଅସ୍ତ୍ର,

ଜିଇଁବାର କଳା ଅଛି ତା ପାଖରେ

ଜାଣେ ସେ ବଞ୍ଚିବା ମନ୍ତ୍ର।

ଆପଣା ସ୍ଵାର୍ଥକୁ ଭୁଲିଯାଇ ଆମେ

ଅନ୍ୟକୁ ସଜାଡି ନେବା,

ହତୋତ୍ସାହ କେବେ ନ ହେବା

ଜୀବନେ,

ଚେଷ୍ଟା ଜାରି ରଖିଥିବା।



ପ୍ରଣତି ମହାପାତ୍ର

ବାଲେଶ୍ଵର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍