STORYMIRROR

ସୁଭଦ୍ରା ସିଂହ

Others

3  

ସୁଭଦ୍ରା ସିଂହ

Others

କାହିଁ ଗଲୁ ତୁ ଶ୍ୟାମରେ

କାହିଁ ଗଲୁ ତୁ ଶ୍ୟାମରେ

1 min
167

ହେଲାଣି ସେ ଦିବାକରଙ୍କ 

ଘର ଲେଉଟା ବେଳ, 

ଝାପସା ପଡ଼ିଗଲାଣି 

ଦାଣ୍ଡ ଦୁଆର ଶାଳ, 

ବସା କୁ ବାହୁଡ଼ିଗଲେଣି 

ପଶୁ ପକ୍ଷୀଙ୍କ ମେଳ, 

ଚାହିଁ ରହିଛି ମୁଁ ବାବୁରେ 

ହେଲା ଗୋଧୂଳି ବେଳ।


ଧିମେଇଁ ଗଲାଣି ଧନରେ 

ତୁମ ବଂଶୀର ସ୍ୱର, 

କାହିଁ ଗଲୁ କଳା କାହ୍ନୁରେ

ହେ ମୋ ହୃଦ କୁମାର , 

ବେଳ ବୁଡି ସଞ୍ଜ ଅଇଲା 

ହେ ମୋ ରଂକୁଣି ଧନ,

ବେଗେ ଆସ ନନ୍ଦ ବାଳା ହୋ 

ତୁ ମୋ ହୃଦ ଚନ୍ଦନ ।


ଦହି ଦୁଗ୍ଧ ସର ଲବଣି 

ରଖିଅଛି ସାଇତି, 

ସତ୍ୱର ଲେଉଟ ଶ୍ୟାମରେ 

ବେଳ ଗଡି ଗଲା ଟି,

କାହୁଁ ଶୁଣି ନାହିଁ କାହ୍ନାରେ 

ତୋର ମାତାର ଡାକ, 

ଆଖି ଦ୍ୱୟ ମୋର ଝୁରେରେ 

ତୋତେ ନଦେଖି ପୂତ।


Rate this content
Log in