STORYMIRROR

Chinmayee Sahoo

Others

3  

Chinmayee Sahoo

Others

କାହାକୁ କହିବି

କାହାକୁ କହିବି

1 min
273


କାହାକୁ କହିବି ଶୁଣିବ ବା କିଏ

ବେନି ଜନେ ସମ ଦସା

ଶାଶୁ କାଣୀକୁ ନଣନ୍ଦ ବାୟାଣୀ

ଯାଆ ସଜାଉଚି ଖୋଷା।


ଏ ତ ବାଇଚଢେଇ ବସା

ବାଆ କଲେ ବସା ଦୋହଲୁ ଥାଏ

ଛିଡ଼ିଲେ ବୁଡିବ ହଁସା।


ଗହୀର ବିଲରେ ମଇଁଷି

ଧାନ କେରି କେରି ଖାଉଛି

କ୍ଷେତ ଜଗିଅଛି ରାଣ୍ଡିପୁଅ ଅନ୍ତା

ତାର କି ଅବା ଯାଉଚି।


ମାଲିକ ନାହିରେ ତେଲ

ଭାରିଯା ସାଙ୍ଗରେ ଗେଲ

ଘର ବୁଡି ପାଣି ଆଣ୍ଠୁଏ ହେଲାଣି

ଝୁଣ୍ଟିଆ ଅମୂଲ ମୂଲ।


ବାହାଘରେ ବାଇଗଣ

ରୁଆ ହୁଏ ଦେଖ ଅତିଥି ଭୋଜନେ

ରନ୍ଧା ହେବ ତିନି ତୁଣ।


ସବୁ ତ ଓଲଟା ପାଲଟା

ଓଲଟାକୁ ସିଧା କହି ନ ପାରିଲେ

ହେବ ନିଜେ ହଟ ହଟା।


ଗାନ୍ଧୀଙ୍କ ମର୍କଟ ପରି

ଦେଖି ଶୁଣି ସବୁ ନୀରବେ ରହିବ

ମୁଣ୍ଡ ଦେବଟି ଟୁଙ୍ଗାରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍