STORYMIRROR

TUKUNA SAHU

Others

3  

TUKUNA SAHU

Others

କାହାକୁ କହିବା ଦୋଷୀ

କାହାକୁ କହିବା ଦୋଷୀ

1 min
199

ଅଲିଅଳି କାଠ ବୁଝେନାହିଁ କିଛି 

ତା ଦେହେ ଲାଗିଲେ ନିଆଁ 

ଜାଳିପୋଡି ସବୁ ଛାରଖାର କରେ 

ବିଁଛି ଦେଇ କିଛି ଧୂଆଁ । 


ବିଚରା ନିଆଁଟା ବଦନାମ ହୁଏ 

ପାରେ ନାହିଁ କିଛି ଜାଣି 

ପାଣି ଖାଲି ତାକୁ ଗରଗର ହୁଏ 

ଗଲେତା ଦେହେ ଛାଉଣୀ ।


ନିଆଁର କିଛିବି ରହେନାହିଁ ସ୍ବାର୍ଥ 

କାଠର କିଅବା ଦୋଷ

ପାଣିବି ବିଚରା କର୍ତ୍ତବ୍ୟ କରୁଛି 

ତେଣୁ କରେ ଟିକେ ରୋଷ । 


ଅଧୁନା ସମାଜ ଏମନ୍ତ ପ୍ରକାର 

ସମୟ ତାଳରେ ଚାଲି 

କେହି କାହାରିକୁ ବୁଝି ପାରନ୍ତିନି 

ଅଭିମାନ କରେ ଖାଲି ।


Rate this content
Log in