STORYMIRROR

Satyajit Swain

Others

4  

Satyajit Swain

Others

କାହାକୁ ଦେବି ମୁଁ ଭୋଅଟ

କାହାକୁ ଦେବି ମୁଁ ଭୋଅଟ

1 min
426


କିଛି ଦିନ ପରେ ଆମ ଅଞ୍ଚଳରେ 

ହୋଇବ ପୁଣି ସେ' ଭୋଅଟ

ଆଜି ଜଣେ ଆସି ହାତକୁ ମୋହର 

ବଢ଼ାଇଲା ଗୋଟେ ନୋଅଟ  

କହିଲା ଝଅଟ ପଅଟ, 

ଗୋଟେ ଦେଲି ଏବେ ପୁଣି ଦେବି ବିଡା

ଦେବୁ ଯଦି ମତେ ଭୋଅଟ |


ପୁଣି ଜଣେ କହେ ଶୁଣୁନା ଧନରେ 

ମୋର ବିରୋଧୀଙ୍କ ବଡ଼େଇ 

ଲୁଚେଇ ଲୁଚେଇ ହାତକୁ ମୋହର 

ବୋତଲଟେ ଦେଲା ବଢ଼େଇ 

କହିଲା ଗିଲାସେ ଚଢେଇ, 

ମତେ ଏଇ ଥର ଜିତେଇଦେ ଧନ

ମୋ' ଚି଼ହ୍ନରେ ମୋହର ବାଡେଇ  |


ଆଉ ଜଣେ କହେ କରିଦେବି ବାପା

ତୋ' ନାଆଁରେ ମୁଁ' ବିପିଏଲ 

ମୋହରି ଆଗରେ ଏ' ଦେଶର ସବୁ, 

ଆଇନକାନୁନ ଫେଏଲ 

ଯିବୁନୁ କେବେ ତୁ' ଜେଏଲ, 

ଯାହାକୁ ପାରୁଛୁ ଖୋବି ପକେଇବୁ 

କରିଦେବି ତୋର ବେଏଲ  |


କିଏ ଦିଏ ମୋର ହାତରେ ବୋତଲ 

କିଏସେ ଦେଉଛି ନୋଅଟ 

ପ୍ରଲୋଭନ ଏଠି ମାଳମାଳ ହେଲେ

ମୋର ଗୋଟିଏ ଭୋଅଟ ମୋଅଟ

ବାଟବଣା ମୋର ଥଅଟ, 

ଭାବି ଭାବି ମୋର ମୁଣ୍ଡ ବିନ୍ଧିଲାଣି, 

କାହାକୁ ଦେବି ମୁଁ' ଭୋଅଟ |



Rate this content
Log in