କାହା ପଛେ କିଏ ଦଉଡେ
କାହା ପଛେ କିଏ ଦଉଡେ
ଜୀବନ ମରଣ ଦଉଡ ଖେଳରେ
ଜଣେ ଆଗେ ଜଣେ ପଛେ,
ମରଣ ଦଉଡେ ଜୀବନ ପଛରେ
ମନଟା ମିଛରେ ନାଚେ।
ଭାବନା ଦଉଡେ ବାସନା ପଛରେ
ଲୋଭ ପଛେ ପଛେ ମାୟା,
ଲୋଭ ସମ୍ବରଣ କରିନ ପାରିଲେ
ଦେହରୁ ଉଡଇ କାୟା।
ଦିନ ପଛେ ପଛେ ରାତି ଯେ ଦଉଡେ
ରାତି ପଛେ ପଛେ ଦିନ,
ସୂର୍ଯ୍ଯଙ୍କ ପଛରେ ଦଉଡେ ସଂଜରେ
ଅପରୂପା ସେହି ଜହ୍ନ।
ଲାଳସା ପଛରେ ବଚସା ଦଉଡେ
ବଚସା ପଛେ ଅନିଷ୍ଟ,
ଅନିଷ୍ଟ ପଛରେ ସବୁ ନାଶ ଯାଏ
ବୁଦ୍ଧି ହୁଏ ପଥ ଭ୍ରଷ୍ଟ।
ଆୟ ପଛେ ପଛେ ବ୍ଯୟ ଯେ ଦଉଡେ
ଦେଲେ ବି ଯେତେକ ଲୟ,
ଯୋଗ ପଛେ ପଛେ ଦଉଡେ ବିୟୋଗ
ଥିଲେ ବି ଯେତେ ଉପାୟ।
ହାରିବା ପଛରେ ଜିତିବା ଦଉଡେ
ତ୍ରୁଟିକୁ ଦେଇଣ ଧ୍ଯାନ,
ଜିତିବା ପଛରେ ହାର ଦଉଡିବ
ଧ୍ଯାନ କର ଯେବେ ଭଗ୍ନ।
ମଧୁ ପଛେ ମଧୁମକ୍ଷିକା ଦଉଡେ
ମଧୁ ପାନେ ଲୋଭ ରଖି,
ମଧୁମକ୍ଷି ପଛେ ଫୁଲ ବି ଦଉଡେ
ଦେଇଅଛି ବୋଲି ଠକି।
ଜୀବନଟା ଗୋଟେ ଦଉଡ ଯେ ଜାଣ
ଦଉଡରେ ରଖ ପଣ,
ସବୁ ତ ଦଉଡ ଜିଣେ ନା ଯେ ଗଡ
ବିବେକେ କରି ଗ୍ରହଣ।
©ନରେନ୍ଦ୍ର ସାହୁ,ଡଭାର,ଗଂଜାମ।
