STORYMIRROR

Prasanta kumar Hota

Others

2  

Prasanta kumar Hota

Others

କାହା କାନେ କହୁଥିବି

କାହା କାନେ କହୁଥିବି

1 min
13.7K


କାହା କାନେ କହୁଥିବି ମୋ ଦୁଃଖ ଗୁହାରି

ଜଗତର ନାଥ ଆହେ ତୁହି ଦୁଃଖହାରୀ

ମୋତେ କରିଦେ କରିଦେ ଏଠୁ ପାରି । (ଘୋଷ)

ଭକତର ଗାଳି ଶୁଣୁ ନାହଁ କାନପାରି

କାହିଁକି ନିର୍ଦ୍ଦୟ ପ୍ରଭୁ ହେଲକି ବଇରୀ

ଦିନ ମୋର ଗଲାଣି ତ ପ୍ରଭୁ ସରି ।

ହେଲଣି କି ଧନୀବନ୍ଧୁ ଶୁଣୁନ ଗୁହାରି

ଦରଶନ ଦୁଃଖ ଆମ ପଡୁଅଛି ଭାରୀ

ଚକ୍ରଧାରୀ ହରି ହେ ବାଙ୍କ ବିହାରୀ ।

ତୋ ପାଦେ ଶରଣ ମୋର ନେବାକୁ ଆନନ୍ଦ

ପ୍ରଭୁ ଦିଅ ହେ ପରମାନନ୍ଦ କୃପା କରି

ସଂସାର ସାଗରୁ ହେଇଯିବି ପାରି ।

କେତେ ପାପ କରିଛି ମୁଁ ଯାଉନାହିଁ ସରି

କେତେ ଦୁଃଖ ଭୋଗିଲେ ମୁଁ ଯିବ ଅପସରି

ଆଉକେତେ ହେଉଥିବି ପ୍ରଭୁ ଝୁରି ।


साहित्याला गुण द्या
लॉग इन