STORYMIRROR

Dipti lekha Mishra

Others

3  

Dipti lekha Mishra

Others

କାଗଜର ଖୁସି

କାଗଜର ଖୁସି

1 min
294


କାଗଜ କହିଲା କଲମକୁ ତୋତେ କୋଟିଏ ଧନ୍ୟବାଦ

କଲମ କହିଲା ନା କାଗଜ ସ୍ୟାହୀ ପାଉହେ ଏଇ ଶବ୍ଦ ।

କାଗଜ କହିଲା ସ୍ୟାହୀକୁ ତୋତେ କୋଟିଏ ଧନ୍ୟବାଦ

ସ୍ୟାହୀ କହିଲା କାଗଜକୁ ହସ ଆସୁଛି ଗଦଗଦ ।

କାଗଜ କହିଲା କଣ ରେ କିଛି ଭୂଲ୍ ଭାଲ୍ ହେଲା କି ?

ଏମିତି କାହିଁକି ହସୁଛ ଅପମାନ କର କାହିଁକି ?

ଧନ୍ୟ ସେ ମଣିଷ ଜାତିକୁ ଯିଏ ତୋତେ ଭଲପାଉଛି

ରଙ୍ଗ ବେରଙ୍ଗ ସ୍ୟାହୀ ଧରି ତୋତେ ଜୀବନ୍ତ କରିପାରେ

କାଗଜ କହିଲା ଲେଖକ ତୋତେ ଦେଉଛି ଧନ୍ୟବାଦ

ମଣିଷ କହିଲା କାହିଁକି ହେଉ ତୁମକୁ ସାଧୁବାଦ

ମୋରି ଭିତରେ ଅଛି ଆତ୍ମା ସେ ଅଟେ କାରିଗର ଏଇ

ଶବ୍ଦ ଶବ୍ଦ ଯୋଡିକରିଣ ଭାବ ଦିଏ ହୃଦୟେ ଭରି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍