କାଗଜଡଙ୍ଗା
କାଗଜଡଙ୍ଗା
1 min
193
କାଲି ସଂଜ ବେଳେ
କାହିଁକି ମାଗିଲା ମତେ
ବାଟଭୁଲା ମେଘଖଣ୍ଡେ
କବିତା ଖାତାରୁ ଫର୍ଦ୍ଦେ
ଡଙ୍ଗା କରିବାକୁ
ପଚାରିଲା
ଲବଙ୍ଗଦ୍ୱୀପକୁ ବାଟ
ଅଛି କି ନା ସମୁଦ୍ର ମଝିରେ
କି ଉତ୍ତର ଦେବି ବୋଲି
କବିତା ଫର୍ଦ୍ଦରେ
ଲୁହ ଗୋଟେ
ମେଘଋତୁ ବୁଝିଗଲି
ଉତ୍ତର ନ ଦେଇ ।
*******
