STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Others

3  

ନାୟକ ଅକ୍ଷୟ ରାଜହସ୍ତୀ

Others

କାଗଜ

କାଗଜ

1 min
12K

ତିନି ଅକ୍ଷରରେ ଗଢା ମୋ ନାମ

ଯେ ରଙ୍ଗେ ଦେଖିବ ସେ ରଙ୍ଗେ ଜନ୍ମ l

ନିର୍ଜୀବ ହେଲେ ବି ଚିତ୍ର ବିଚିତ୍ର

ହାତର ଖେଳଣା ମୋହରି ମିତ୍ର l

ମୋ ଦେହେ ପୁରିଛି ହସ କ୍ରନ୍ଦନ

ନବ ରସ ର ହୁଏ ସୋପାନ l

ମୋତେ ଯେ ଦେଖଇ ହୁଏ ପଣ୍ଡିତ

ହୀନ କପାଳି ଆ ବୁଜଇ ନେତ୍ର l

ଦ୍ଵିତୀୟ ତୃତୀୟ ଅକ୍ଷର ଭାବ

ସବୁଠୁ ବଡ଼ ଜୀବ ଯେତେ ଅଛି ଜୀବ l

ପ୍ରଥମ ତୃତୀୟ ମିଳନ କର

ନ ଜାଣି ହୁଏନା ଦରଜୀ ମାଷ୍ଟର l

ତୃତୀୟ ଦ୍ୟିତୀୟ ଏକତ୍ର ହେଲେ

ନିର୍ଦ୍ଦେଶ ଅର୍ଥକୁ ବୁଝାଏ ଭଲେ l

ପ୍ରଥମ ଅକ୍ଷର ଭାବ ଜଟିଳ

ପକ୍ଷୀ ମଧ୍ୟରୁ ପକ୍ଷୀ ରାବ ଅଟଳ l

ପାଠାଗାର ନିତି ଘୋଷି ହେଉଛି

ତା ଲାଗି ମୁଁ, ମୋ ଲାଗି ସେଇ ବଞ୍ଚିଛି l



Rate this content
Log in