କାଗଜ ଡ଼ଙ୍ଗା
କାଗଜ ଡ଼ଙ୍ଗା
1 min
328
ଉତ୍କଳର ଗାଥା କହିବୁ ତୁ ଯାଇ
ବାଟେ ଭେଟୁଥିବୁ ଯେତେ
ଜଣଜଣ କରି ବଖାଣିବୁ ତୁହି
ଗୌରବ ଗାରିମା ଯେତେ।
କୋଣାରକ ଆଜି କହେ ଡାକିଡାକି
ଧରମା ପୁଅର କଥା
ଜାତିଭାଇ ପାଇଁ ଦେଇଗଲା ପ୍ରାଣ
ଏହିତ ଉତ୍କଳ ଗାଥା।
ଖୋରଧା ପାଇକ ବକ୍ସି ଜଗବନ୍ଧୁ
ଆଜିବି ଦିଅନ୍ତି ବାର୍ତ୍ତା
ଜନ୍ମଭୂମି ପାଇଁ ଦେବାତ ପରାଣ
ହେଉ ପଛେ ଶେଷ ଯାତ୍ରା।
ସାଧବ ପୁଅର ବୋଇତ ହୋଇତୁ
ଭାସିଯିବୁ ଜଳପଥେ
ଦେହଟା ତୋହର କାଗଜ ହେଲେବି
ମନଟା ଜଗତ ଯିତେ।
ଏହି ଉତ୍କଳର ମାଟିରେ ମାଟିରେ
ଓଡିଆ ପୁଅଙ୍କ ଭଷ୍ମ
ମିଶି ଯାଇଅଛି ସାଗର ବକ୍ଷରେ
ଏବେ ବି ରହିଛି ଉଷ୍ମ।
କାଗଜର ତରୀ ଡ଼ରିବୁନି କେବେ
ନଥିବ ମୃତ୍ଯୁକୁ ଭୟ
ମା'ମାଟି କଥା ଗାଉଥିବୁ ସଦା
ତେବେ କରିବୁ ତୁ ଜୟ
