STORYMIRROR

Prabhanjana Tripathy

Others

4  

Prabhanjana Tripathy

Others

କାଦ ମୁଣ୍ଡା

କାଦ ମୁଣ୍ଡା

1 min
288

କାଦ ମୁଣ୍ଡା ଟେକି ବାନ୍ଦିଲି ଘାଇ

ପାନି ଛାଡ଼ିଦେଲି ଟିକିରା ଭୂଇଁ

ହେଲେ ମିସା କାଦ ନାଈଁ

କିଆରୀ ଭିତର କାଦ ଲୁଦୁ ବୁଦୁ

ଉପର ଶୁଖିଲା ଭୂଇଁ ll


ପଲା ଘାରି ଫଡା ଫଡା

ଦୁଇ ଘାରି ମଝି କାପିନି ଝରା

ଝିକି ଝାକି ସପା କରା ll


ଦୁଇ ହାତେ ଦୁଇ ମୁଟାକେ ଧରା

ମୁଟା ମାରି ମୁଟା ଯୋଡ଼ା

ନୁକୁ କରି ଧଇ ସପା କରିରେଲେ

ରୋପୀ ନେବାସ ଯୋଡ଼ା ଯୋଡ଼ା ll


କୁପୁଲି ତଲର ଭୂଇଁ ସୁନ୍ଦର

ଯୋଡ଼ା କୁପୁଲିକେ ପାନୀର ଧାର

ଧାନ ବୁଟା କେରା କେରା

ନୁକୁ କରି ଧାନ ରୋପୀ ଦେଲେସିନା

ସୁନ୍ଦର ହେସି ମୁଣ୍ଡା ଘେରା ll


ନିଜା କେଲା କରି ମାରିଲେ ସାର

ପିଲିକା ଦେଶି କାଇ ବୁଟା ଜବର

ଠିଆ ଠିଆ ଦିଆ ମାରି

ନୁକୁ କରି ବାବୁ ପାନି ବାନ୍ଦି ରା

କକଡ଼ା ବିଲେ କାଦ ଭରି ll


ଆସିବା ଶୀତ କେ ପାଚସି ଧାନ

ବେଡା ମୁଣ୍ଡାଇ ବସି ଆନନ୍ଦ ମନ

ଧାନ ମିଣ୍ଡlନିର ଦିନ

ନୁକୁ କରି ଧାନ ଉଡାଇ ଭରିଲେ

ଦୁଇ ହାତେ ଧର୍ବlସ ଧନ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍