STORYMIRROR

Ajit Kumar Raut

Others

3  

Ajit Kumar Raut

Others

କୄଷିନୀତି

କୄଷିନୀତି

1 min
256

କୄଷକଙ୍କ ପାଇଁ କୄଷିନୀତି ହେଲା

କୄଷକ ମଙ୍ଗଳ ପାଇଁ

ବିରୋଧ କରନ୍ତି ବିରୋଧୀ ଦଳଟି

ଚାଷୀ ଅମଙ୍ଗଳ ପାଇଁ।୧।


ଦୁଇ ଗୁଣ ଲାଭ ପାଇବେ କୄଷକ

ପଣ କରିଛନ୍ତି ମୋଦି

ସୁବର୍ଣ୍ଣ ସୁଯୋଗ ଆସି ଅଛି ଦେଶେ

ରାବ ହୁଏ ମୋଦି ମୋଦି।୨।


ନିଃସ୍ୱାର୍ଥ କାର୍ଯ୍ୟକୁ ବିରୋଧ କରନ୍ତି

ସ୍ୱାର୍ଥରେ ପିଡୀତ ହୋଇ

ସ୍ୱାର୍ଥ କାମନାଟି ପୂରଣ ନ ହେବ

ଯେତେ ଚେଷ୍ଟା କଲେ ଭାଇ।୩।


ଧର୍ମର କାର୍ଯ୍ୟଟି ବିଜୟୀ ହୋଇବ

ଶାସ୍ତ୍ରେ ଲେଖା ଅଛି ଏହା

ଦୁଇ ଗୁଣ ଲାଭ କୄଷକ ପାଇବେ

ସତ୍ୟ ବଚନଟି ଏହା।୪।


ଏତେ ଦିନ ପରେ ଆସିଛି ଏ ନୀତି

ସାଇତି ରଖିବା ତାକୁ

ବିରୋଧୀ ଦଳଙ୍କ କଥାରେ ନ ଆସି

ସାର୍ଥକ କରିବା ତାକୁ।୫।


କୄଷକଙ୍କ ପାଇଁ କୄଷିନୀତି ହେଲା

କୄଷକ ମଙ୍ଗଳ ପାଇଁ

ବିରୋଧ କରନ୍ତି ବିରୋଧୀ ଦଳଟି

ଚାଷୀ ଅମଙ୍ଗଳ ପାଇଁ।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍