କ'ଣ ସମୟ ଏମିତି ବଦଳେ
କ'ଣ ସମୟ ଏମିତି ବଦଳେ
କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
---------- -------------------- ----------
• ଭଲପାଇବା ଶିଖାଇ ଦେଇଅଛ ତୁମେ
• ଏ ଜୀବନ ମଧ୍ୟାହ୍ନ ରେ ତୁମ ଆଗମନ
• ଫୁଲ ରୁ ଝରିଲା ମହୁ ତହୁଁ କ୍ରମେ କ୍ରମେ
• ନିଗୁଢ ହୋଇଲା ସଖୀ ତୁମ ମୋର ପ୍ରେମ ।।
•
• ସୁଧାଂଶୁ ଜୋଛନା ମଖା ମଖମଲ୍ଲୀ କାନ୍ତି
• କଅଁଳ ବୟଷୀ ଚାଲି ଅବା ରାଜହଂସୀ
• ଉଦିତ ଅରୁଣ ଓଷ୍ଠେ ମୁକ୍ତା ଦନ୍ତପଂକ୍ତି
• ବିଧୁମୁଖୀ ପ୍ରୀୟବତୀ ଆଗୋ ମଦାଳସୀ ।।
•
• ଦେଖିଦେଲେ ମନେ ଆସେ ସିହରଣ ଆସେ
• ନ ଦେଖିଲେ ଆଖି ପଲକ ନପଡେ ସଖୀ
• ସେ ଚାନ୍ଦିନୀ ହସ ଲପନା ସୁନ୍ଦର ଦିଶେ
• ବାନ୍ଧି ଦେଇ ଥିଲ ଅମାନିଆଁ ପ୍ରାଣ ପକ୍ଷୀ ।।
•
• ଜୀବନର ତୁମେ ପ୍ରଥମ ପ୍ରେମର ସାଥି
• ପ୍ରଥମ ସଜ କୁସୁମ ସଉରଭ ମହୁ
• ପ୍ରଥମ ଚୁମ୍ବନ ଶବଦେ ମୋହିତ ବିଥି
• ଝରିଯାଇଥିଲା ସରମର ଝାଳ ଦେହୁ ।।
•
• ସେଦିନର ସେଇ ଅଭୁଲା ସ୍ମୃତି ର ବେଳ
• ବିତିଯାଇଅଛି ମନରେ ଆଙ୍କିଛି ରେଖା
• ତୁମେ ଥିଲ ଗୋଟେ ଛଳଛଳ ନଈ ଧାର
• ସୁଷ୍କ ମରୁ ପ୍ରାନ୍ତେ ଅଦିନେ ଦେଇକି ଦେଖା ।।
•
• ମତୁଆଲା ମନ ଫିକା ପଡ଼ିଲାଣି ଆସି
• ତଥାପି ସାଉଁଟା ସ୍ମୃତି ହୃଦୟ ପଟଳେ
• ଯାଗି ଉଠେ କେବେ, ଭାବେ ମୁଁ ଏକାନ୍ତେ ବସି
• ଶୈଶବୁ,ବାର୍ଦ୍ଧକ୍ୟ ବେଳ (କ'ଣ) ଏମିତି ବଦଳେ ??