STORYMIRROR

Ajaya Mahala

Others

2  

Ajaya Mahala

Others

କ'ଣ ଦେଲି, କ'ଣ ପାଇଲି

କ'ଣ ଦେଲି, କ'ଣ ପାଇଲି

1 min
2.7K


ସିନ୍ଦୂର ବିନ୍ଦୁଟିର କ୍ଷେତ୍ରଫଳ

πr^2= π(୫ ମି.ମି.)(୫ ମି.ମି.)

୭୮.୫୭ ବର୍ଗ ମି.ମି.

ଆଙ୍ଗୁଳି ଟିପଅଗ ପରିମିତ ମେଦିନୀ

ବଦଳରେ ମିଳିଲା

୫୨ କିଲୋ ଓଜନର

ହଳଦୀ ଗର ଗର ସୁନା

with bundled software

ସୁନା ମନଟିଏ ବି

ବିଶଦ ବର୍ଣ୍ଣନା -

କାହାଣୀଟା ଏମିତି ଆରମ୍ଭ ହୋଇଥିଲା:

ଗୋଡ଼ ନ ଥୋଉଣୁ

କିଏ କହିଲା,

"ପକାରେ, ଆଉ ଗୋଟିଏ ଚଟାଇ"

"ଝଅଟ ହାତ ଧୋଇ ଆସିଲୁ"

ଯାଇଥିଲି ହାତରେ ପ୍ରସାଦ ପୁଡ଼ିଆଟେ ନେଇ

(ଯାହା ଲାଜରେ ଦେଇ ପାରିଲିନି)

ଫେରିଲି ଅମୃତ ମଣୋହି ଖାଇ

ପ୍ରଥମେ କଥା ହେଉଥିଲି ଲୁହାର ଦମ୍ଭ ନେଇ

ଲୁହର ଆର୍ଦ୍ରତା ଆଉ ନିଶ୍ୱାସର ବାୟୁ

ଭେଦି ଭେଦି ଗଲେ ମନକୁ

ବର୍ଷକର ରହିବା ପରେ ଫେରିଲି

ଦେଖା ଯାଉଥିଲି ଖୁବ ମୋଟା ସୋଟା

ଜଙ୍କ ଲଗା ଫୁଲି ଯାଇଥିବା ଲୁହା ପରି

ଦେଲି କେଉଁଠି ମୁଁ?

ମୋ କ୍ରୋଧିତ ନାଲିଆଖି ଉପରେ

ଫିକା ଗୋଲାପୀ ହସଟି

ଭାରୀ ହୋଇଗଲା

ହାଲକା ନୀଳ ଆକାଶଟା ଢାଙ୍କିଦେଲା

ଗାଢ଼ ନୀଳ ସମୁଦ୍ର.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍