STORYMIRROR

rasmi maye pati

Others

3  

rasmi maye pati

Others

ଜ୍ୟୋତ୍ସ୍ନା

ଜ୍ୟୋତ୍ସ୍ନା

1 min
195


ପାରଦ ଧୌତ ରଙ୍ଗର କିରଣ  

   ପଡ଼ିଲା ଧରଣୀ ବକ୍ଷରେ

କେଉଁଠି ଥିଲା ସେ କୁମୁଦିନୀ ରାଣୀ

  ପାଖୁଡ଼ା ଖୋଲିଲା ପ୍ରେମରେ ।୧

କାହିଁକି କେଜାଣି ନୀଳ ଉର୍ମି ମାଳା

   ପିଟି ହେଲା ବେଳା ଭୂମିରେ

ପ୍ରେମର ସଙ୍ଗୀତ ଗାଇଲେ ସଭିଏଁ 

   ସମବେଦ କଣ୍ଠ ସୁରରେ।୨

ଅତୀତ ପୃଷ୍ଠାକୁ ଲେଉଟାଉ ଥିଲି 

  ଖୋଜୁଥିଲି ଚାନ୍ଦ ବକ୍ଷରେ 

ବନ୍ଧା ପଡ଼ିଗଲା ମୋର ମନ କାଇଁ

 ସଭିଙ୍କର ପ୍ରେମ ଫାସରେ ।୩

    


Rate this content
Log in