STORYMIRROR

Usharani Sahoo

Others

3  

Usharani Sahoo

Others

ଜୟ ଶ୍ରୀରାମ

ଜୟ ଶ୍ରୀରାମ

1 min
121

 

ଗର୍ବ ଅହଙ୍କାର ପାପର ଦୈାରାତ୍ମ୍ୟ

ଯେବେ ଯେବେ ବଢ଼ିଥାଏ

ବିଭିନ୍ନ ରୂପରେ ବିଭିନ୍ନ ଯୁଗରେ

ପ୍ରଭୁଙ୍କର ଜନ୍ମ ହୁଏ।

ଚଇତ ମାସର ଶୁକଳ ପକ୍ଷର

ନବମୀ ତିଥିର ଦିନ

କୈଶଲ୍ୟା ମାତାଙ୍କ ସନ୍ତାନ ରୂପରେ

କୋଳକୁ କଲେ ମଣ୍ଡନ।

ପୁରୁଷ ଉତ୍ତମ ଶ୍ରୀ ପୁରୁଷୋତ୍ତମ

ଦଶରଥ ଜ୍ୟେଷ୍ଠ ସୁତ

ରଘୁକୂଳ ଶ୍ରେଷ୍ଠ ବୀର ରାମଚନ୍ଦ୍ର

ସୂର୍ଯ୍ୟବଂଶୀ ତୁମେ ଜାତ।

ରୂପ ନିରିମଳ ସୁନୀଳ ସରଳ

ପ୍ରଭୁ ହେ କୋଦଣ୍ଡ ଧାରୀ

ନ୍ୟାୟ ଧର୍ମ ପଥ ସତ୍ୟର ପୂଜାରୀ

ରଘୁବଂଶ ରକ୍ଷାକାରୀ।

ପିତୃସତ୍ୟ ପାଳି ଚଉଦ ବରଷ

କରିଲେ ବନ ଗମନ

ପୁତ୍ର ଧର୍ମ କରି ଦେଖାଇ ଆଦର୍ଶ

ରଖିଲେ ପିତାଙ୍କ ମାନ।

ଅନୁଜ ଲକ୍ଷ୍ମଣ ପତ୍ନୀ ସୀତା ସହ

କରିଥିଲେ ବନବାସ

ବଣ ଫଳ ମୂଳ କରିଣ ଆହାର

ଧରିଲେ ଯୋଗୀଙ୍କ ବେଶ।

ଜାନକୀ ମାତାଙ୍କ ପରାମର୍ଶ କ୍ରମେ

କରିଲେ ମୃଗର ପିଛା

ଶର ବିଦ୍ଧ କରି ମାୟାର ମୃଗକୁ

ଦେଖାଇଲେ ମୁକ୍ତି ରାସ୍ତା।

ମାତା ସୀତାଙ୍କର ସନ୍ଧାନ ନିମନ୍ତେ

ସୁଗ୍ରୀବଙ୍କୁ ମିତ୍ର କଲେ

ମିତ୍ର ଧର୍ମ ପାଇଁ ନ୍ୟାୟ ପଥେ ଯାଇ

ବାଳୀଙ୍କୁ ବିନାଶ କଲେ।

ମର୍ଯ୍ୟାଦା ପୁରୁଷ ଅଯୋଧ୍ୟା ନରେଶ

ବିଚିତ୍ର ଲୀଳା ଯେ ତୁମ

ଶଵରୀ ଅଇଁଠା କରିଣ ଆହାର

ପାଇଲା ବୈକୁଣ୍ଠ ଧାମ।

ତୁମ କୃପା ବଳେ ପାଷାଣୀ ଅହଲ୍ୟା

ପାଇଲା ଜୀବନ ଦାନ

ଅଭିଶାପରୁ ସେ ମୁକତି ଲଭିଲା

ଜୀବନ ହୋଇଲା ଧନ୍ୟ।

କେତେ ଉପନ୍ୟାସ କବିତା ରଚିଲେ

ରାମ ନାମ ଜପି ଜପି

କବି ସମ୍ରାଟ ଉପେଇନ୍ଦ୍ର ଭଞ୍ଜ

ରଖିଗଲେ ଯଶ କୀର୍ତ୍ତି।

ମରା ମରା କହି ମହର୍ଷି ସାଜିଲା

ପାପୀ ଦସ୍ୟୁ ରତ୍ନାକର

ତୁମରି ଆଶିଷେ କରୁଣା ଲଭିଲା

ମହାଭାଗ୍ୟ କୈବର୍ତ୍ତ୍ୟର।

ଶ୍ରୀରାମ ଜୀବନ ସଙ୍କଟ ମୋଚନ

ଜୟ ବୀର ହନୁମାନ

ସ୍ୱର୍ଣ୍ଣର ଲଙ୍କାକୁ ଧ୍ୱଂସ କରିଦେଇ

ଗର୍ବକୁ କଲେ ଖଣ୍ଡନ।

ରାବଣକୁ ମାରି ସୀତାଙ୍କୁ ଉଦ୍ଧାରି

ଅଧର୍ମ ବିନାଶ କଲେ

ସତ୍ୟର ପ୍ରତିଷ୍ଠା ଵିଭୀଷଣ ରାଜା

ରାମଚନ୍ଦ୍ର କରାଇଲେ।

ମିଛ ସଵୁ କର୍ମ ସତ୍ୟ ଏକା ରାମ

ସବୁ ପାପ କ୍ଷୟ ହୁଏ

ଜୀଵ ଯିବାବେଳେ ତୁଣ୍ଡେ ଉଚ୍ଚାରିଲେ

ମୁକ୍ତିଲାଭ ମିଳିଥାଏ।



Rate this content
Log in