STORYMIRROR

ସନାତନ ଦାସ

Others

3  

ସନାତନ ଦାସ

Others

ଜୟ ଶ୍ରୀକୃଷ୍ଣ

ଜୟ ଶ୍ରୀକୃଷ୍ଣ

1 min
25


କଂସ କାରାଗାରେ ତୁମେ ଜନମ ଲଭିଲ,

ପାଦ ସ୍ପର୍ଶେ ବସୁଧାକୁ ପବିତ୍ର କରିଲ..!


ସାତମେଘ ଏକ ହୋଇ ସ୍ୱାଗତ କରିଲେ, 

ଜଳବିନ୍ଦୁ ଢାଳି ତବ ପାଦ ଧୋଇଦେଲେ..!


ପିତା ବସୁଦେବ, ମାତା ଦେବକୀ ହୋଇଲେ,

ନନ୍ଦ, ଯଶୋଦା ତୁମକୁ ଗୋପରେ ପାଳିଲେ...!


ଦୁଇ ମାଆଙ୍କର ତୁମେ ହୃଦ ରଙ୍କଧନ,

ନ ଦେଖିଲେ କ୍ଷଣେ ହୁଏ, ବ୍ୟାକୁଳିତ ମନ..!


ଅସୁର ଦାଉରୁ ଧରା, ଉଦ୍ଧରିବା ପାଇଁ,

କୃଷ୍ଣ ରୂପେ ଜନମିଲ, ବୈକୁଣ୍ଠ ଗୋସାଇଁ..!


ପ୍ରତି ବର୍ଷ ଆଡ଼ମ୍ବରେ ତୁମ ଜନ୍ମଦିନ

ପାଳୁଅଛୁ ତୁମ ପାଦେ ଦେଇ ମନ ଧନ।


ପାଦେ ତବ ମୋର ଏହି ଗୋଟିଏ ବିନତୀ,

ଦୁଃଖ ଶେଷ ହୋଇ ପ୍ରଭୁ ଆସିଯାଉ ଶାନ୍ତି..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍