STORYMIRROR

Prasanta kumar Hota

Others

3  

Prasanta kumar Hota

Others

ଜୟ ପ୍ରଭୁ ଜଗନ୍ନାଥ

ଜୟ ପ୍ରଭୁ ଜଗନ୍ନାଥ

1 min
27.7K


ପୁରୁଷ ଉତ୍ତମ ତ୍ରେତୟାରେ ରାମ

ଦ୍ଵାପରରେ ଯିଏ ରସିକ ରୁସ୍ତମ

ସତ୍ୟେ ଅବତରି ନରସିଂହ ଧରି

କଳିଯୁଗେ ହେଲ ନିଳାଦ୍ରୀ ବିହାରୀ


ଲୀଳା ଖେଳା ତୁମ ଏବିଶ୍ଵ ବିଦିତ

ଜଗତ ଜନରେ ତୁମେ ଅଦଭୁତ

ସାଗର ତନୟା ଯାପାଖେ ରଞୀତ

ଉତ୍କଳ ର ପ୍ରାଣ ହେ ବିଶ୍ୱ ବନ୍ଦିତ


ପାଦ ଗୋଡ ନାହିଁ ବସିଛ ବେଦିରେ

ମୂଖ ଶୋଭୁଥାଇ ମୁଖର ଅଧରେ

ନୟନ ଯାହାର ଚକା ଚକା ଆଖି

କଳା ଶ୍ରୀମୁଖ କୁ ମସ୍ତକେ କିରୀଟି


ଚନ୍ଦନ ଚର୍ଚ୍ଚିତ ଶ୍ରୀ ଅଙ୍ଗ ଯାହାର

ବାସ କମ୍ପୁଥାଏ କସ୍ତୁରୀ ଅଗୁର

ଭୋଗ ହୁଏ ଯାର ଅନନ୍ୟ ଆହାର

ବେଶ ପରମ୍ପରା ନାହିଁ ପଟାନ୍ତର


ବସନରେ ବସ୍ତ୍ର ବାଞ୍ଛିତ ଯେ ପୀତ

ଗଳେ ଗଳାହାର ମୁକୁତା ଶୋଭିତ

ତୁଳସୀ ଦୟଣା ଯା ଶିରେ ମଣ୍ଡିତ

ଜଗତର ନାଥ ସେହି ଜଗନ୍ନାଥ


ଧନ ରତ୍ନେ ନୁହେଁ ସେ କେବେ ବସିତ

ପ୍ରେମ ପଲ୍ଲଵରେ ଯା ହୃଦ ହୃଦିତ

ହସିଦେଲେ ଯାର ଝରେ ମକରନ୍ଦ

ବରେ ବିରାଜିଲେ ବିରାଜେ ଆନନ୍ଦ


ତୁମେ ରାମ କୃଷ୍ଣ ତୁମେ ଜଗନ୍ନାଥ

ସ୍ମରଣରେ ସ୍ମୃତ କରାଅ ନିରତ

ପାଦତଳେ ପ୍ରଭୁ ଅଧମ ପ୍ରଣୀତ

ପାଇବାକୁ କୃପା ଚରଣ ଅମୃତ।


ପ୍ରଶାନ୍ତ କୁମାର ହୋତା


Rate this content
Log in