ଜୟ ମହାଲଷ୍ମୀ
ଜୟ ମହାଲଷ୍ମୀ
ରତ୍ନାକର ଦୁଲାଣି ଜୟ ମହାଲକ୍ଷ୍ମୀ
ତୁମେ ହିଁ ଜଗତ କରିଣୀ
ଧନ ଧନ୍ୟ, ସୁଖ ସମୃଦ୍ଧିର ଅଧିକାରିଣୀ
ଜଗନ୍ନାଥଙ୍କର ପାଟରାଣୀ
ଜୟ ମହାଲକ୍ଷ୍ମୀ ଜୟ ଜୟ ମହାଲକ୍ଷ୍ମୀ
କେତେ, ଯେ ନାମ ବହି ଅଛୁ ଏ ସଂସାରେ
ତୋ, ଭକ୍ତି ବିନା କେ ବଂଚି ପରେ
ତୁହି ଯେ ସଭିଙ୍କୁ ଦେଉ ଭରି ଭରି ଧନ ଧାନ୍ୟ
ତୋ କରୁଣା ଉଣା ହେଲେ, ନ ପା ଆ ନ୍ତି ଯେ ଅର୍ଣ୍ଣ
ଜୟ ମହାଲକ୍ଷ୍ମୀ ଜୟ ଜୟ ମହାଲକ୍ଷ୍ମୀ
ଗୁରୁବାର ଅତି ପ୍ରିୟ ତୋର, ଯେ ତୋର କରେ ପୂଜନ
ଢାଳି ଢାଳି ଦେଉ ତୁ ଅମୃତ
ଆଶିଷର ବର୍ଷା, ପାଏ ସେ ଭକ୍ତ ତୋର
ଧନ ଧାନ୍ୟ, ଅଶେଷ ସୁଖ ସଂମାନ
ଜୟ ମହାଲକ୍ଷ୍ମୀ ଜୟ ଜୟ ମହାଲକ୍ଷ୍ମୀ
ତୁମ ହି କରୁଣାମୟୀ,ସିନ୍ଧୁଙ୍କ ଦୁଲଣୀ
ଵିଷ୍ଣୁ ପାଟରାଣୀ, ଶ୍ରୀ ହରିଙ୍କ ଘରଣୀ
ହେ ମାହାମାୟା, ଶ୍ରୀ ପୀଠରେ ପୂଜା
ପାଉ ତୁହି, ତୋ ଦର୍ଶନେ
ମନକୁ ଅଶେଷ ଶାନ୍ତି ମିଳଇ,ତୋ ଆଶିଷ ଲଭଇ
ଜୟ ମହାଲକ୍ଷ୍ମୀ ଜୟଜୟ ମହାଲକ୍ଷ୍ମୀ
ମାର୍ଗଶୀର ମାସ ଗୁରୁବାର ଅଟେ ସାର
ଶୁକ୍ଳ ଦଶମୀଟି ସୁଦଶା ନାମେ ଖ୍ୟାତ
ଓଡ଼ିଆ ଘରେ, ବୋହୁମାନେ ସେ ଦିନଟି
ତୋର ବ୍ରତ ଯେ କରନ୍ତି,
ତୋ କରୁଣାର ବାରିରେ ଘରକୁ ତାଙ୍କର,
ସକଳ ସମୃଦ୍ଧିରେ ଭରନ୍ତି,
ଜୟ ମହାଲକ୍ଷ୍ମୀ ଜୟ ଜୟ ମହାଲକ୍ଷ୍ମୀ
ପଦ୍ମ ଫୁଲେ ଶରଧା ତୋହର
ମାଆଗୋ, ପଦ୍ମନାଭ ପ୍ରିୟା, ପଦ୍ମଗର୍ଭ ସମ୍ଭୂତା
ଜୟ ଦୁଃଖ, ଶୋକ, ସଂତାପ ହାରିନି
ଜଗତ ଜନନୀ, ଜଗତକାରିଣୀ ମାଗୋ
ମହାମୟୀ ତୋ ପାଦ ପଦ୍ମକୁ ନିତି ପୂଜୁ ଥାଇ
ଜୟ ମହାଲକ୍ଷ୍ମୀ ଜୟ ଜୟ ମହାଲକ୍ଷ୍ମୀ
ଗାଳି ତୁ ସହଇ, ଗର୍ବ, ଅହଂକାରକୁ ଦଣ୍ଡକେ
ଚୁନା କରଇ, ଯେ ତୋତେ ହୃଦୟରେ
ଭାବୁ ଥାଇ, ତାକୁ ସାହା ତୁହି ମାହାମୟୀ
ମାଗୋ ଜଗତକାରିଣୀ, ବିପଦ ଆପଦେ
ସାହା ହୋଇ,ଜୀବନ ନୌକାକୁ ପାର କର ତୁହି
ଜୟ ମହାଲକ୍ଷ୍ମୀ ଜୟ ଜୟ ମହାଲକ୍ଷ୍ମୀ
ଅଷ୍ଟ ଲକ୍ଷ୍ମୀ ରୂପେ ପୂଜା, ତୋହର କରେ ଏ ସଂସାର
ତୁ ଯେ ଅଷ୍ଟ ଵୈଭଵର ଅଧିକାରିଣୀ
କ୍ଷୀର ସମୁଦ୍ରରେ ବାସ ତୋହର, ମାଗେ କ୍ଷୀର ସମୁଦ୍ର ବାସିନୀ
ଶ୍ରୀ ହରି ସଂଗେ ଜଗତକୁ ପାଳୁ ତୁହି
ଜୟ ମହାଲକ୍ଷ୍ମୀ ଜୟ ଜୟ ମହଲକ୍ଷ୍ମୀ
ନମୋ ପଦ୍ମାଳୟା, ପଦ୍ମନାଭଙ୍କର ଘରଣୀ
ଦୁରିତନାଶିନୀ, ଚଞ୍ଚଳା, କମଳା
ଦୁଃଖ ଶୋକ ନିବାରିଣୀ, ସାରା ସଂସାରର ଜନନୀ
ଦେଇ ଆଶିଷର ଦାନ, ପାଳୁ ତୁହି
ତୋ ସନ୍ତାନ,ତୋ ପାଖେ ମାଗେ କରୁଣାର ଭିକ୍ଷା,
ଦିଅ ଧନ,ମାନ, ସମ୍ମାନ
ତୋ ଆଶିଷ ଧାରା ବର୍ଷେଇ ନିତି, ତୁମ ପାଖେ
ମାଆ ମୋର ଏ ଛୋଟିଆ ମିନତୀ
ଜୟ ମହାଲକ୍ଷ୍ମୀ ଜୟ ମହଲକ୍ଷ୍ମୀ
