STORYMIRROR

jagabandhu sahu

Others

3  

jagabandhu sahu

Others

ଜୟ ମାଗୋ ଶୈଳପୁତ୍ରୀ

ଜୟ ମାଗୋ ଶୈଳପୁତ୍ରୀ

1 min
368

ନଈପଠା ଝୁମେ   କାଶତଣ୍ତି ଫୁଲେ

      ଶୀତଳ ପବନ ଚୁମି

ତୁମ ଆଗମନେ  ପଲ୍ଲୀ ଠାରୁ ଦିଲ୍ଲୀ

     ଭକତିରେ ଯାଏ ଝୁମି ।


ନବରାତ୍ରେ ମାଗୋ ନଅ ରୂପ ଧରି

     ମରତେ ଆସିବ ବୁଲି

ସୁଖ ଶାନ୍ତି ଦେଇ  ସଂସାରକୁ ତୁମ

    ଦୁଃଖ ଶୋକ ଦେବ ଜାଳି ।


ନବରାତ୍ରୀର ଏ    ପ୍ରଥମ ସରୁପ

    ନାମ ତୁମ ଶୈଳପୁତ୍ରୀ

ବୃଷବ ବାହିନୀ  ତ୍ରୀଶୁଳ ଧାରିଣୀ

    ଘେନ ବାରେ ମା' ପ୍ରଣତୀ ।


ନବରାତ୍ରୀର ଏ   ପ୍ରଥମ ଦିବସେ

    ଉଭା ହୁଅ ପୂଜା ସ୍ଥାନେ

କୃପାମୟୀ ରୂପେ  ଦିଅ ଦରଶନ

   ଧନ୍ଯ ହେବୁ ମାଗୋ ଆମେ ।



Rate this content
Log in