STORYMIRROR

Jagabandhu Sahu

Others

2  

Jagabandhu Sahu

Others

ଜୟ ମାଗୋ ମହାଗୌରୀ

ଜୟ ମାଗୋ ମହାଗୌରୀ

1 min
220


ବୃଷବ ବାହିନୀ ତ୍ରୀଶୁଳ ଧାରିଣୀ

ଜୟ ମାଗୋ ମହାଗୌରୀ

ନବରାତ୍ରୀ ପର୍ବେ ଅଷ୍ଟମ ଦିବସେ

ଆସ ମାଗୋ ଅବତରୀ

ଚର୍ତୁଃଭୁଜା ରୂପ ଅତି ମନୋହର

ବୃଷଭ ବାହାନ ପରେ

ଦିଅ ଦରଶନ ମାଗୋ ମହାଗୌରୀ

ବିନତୀ ତୁମ ପୟରେ

ବାଢେ ପୁଷ୍ପାଞ୍ଜଳି ତୁମରି ପୟରେ

ଏତିକି କରୁଛି ଅଳି

ତୁମ ଦରଶନେ ମୋ ମନ ହୃଦୟୁ

ହିଂସା କ୍ରୋଧ ଯାଉ ଜଳି

ଜାଣି ନାହିଁ ମାଗୋ ମନ୍ତ୍ର-ତନ୍ତ୍ର ତୋର

ଶିଖିନାହିଁ ପୂଜାପାଠ

ଦୁଇ ହସ୍ତ ଯୋଡି ତୁମ ପାଦ ପଦ୍ମେ

ହେଲି ଯାହା ମାଥାନତ ...


ପ୍ରେମ୍ କବି ଜଗବନ୍ଧୁ ସାହୁ

ଛଞ୍ଚାଣିଆ ପଲ୍ଲୀ ଗଞ୍ଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍