STORYMIRROR

jagabandhu sahu

Others

3  

jagabandhu sahu

Others

ଜୟ ମାଗୋ କାଳରାତ୍ରୀ

ଜୟ ମାଗୋ କାଳରାତ୍ରୀ

1 min
425

ସପ୍ତମ ଦିବସେ   କାଳରାତ୍ରୀ ରୂପେ

     ବିକଟାଳ ରୂପ ଧରି

ଗଧ ବାହାନରେ  ଆସୁଅଛ ମାଗୋ

     ଧରା ଧାମେ ଅବତରୀ ।

ମୁକୁଳା ତୋ କେଶ ଅଗ୍ନି ସମ ନେତ୍ରେ

     ହିଂସା କ୍ରୋଧ ଦିଅ ଜାଳି

ନବରାତ୍ରୀ ପର୍ବେ    ପୂଜଇ ତୁମକୁ

    ଘେନ ଭକ୍ତି ପୁଷ୍ପାଞ୍ଜଳି ।

ପ୍ରଥମ ହସ୍ତରେ   କର ଆର୍ଶିବାଦ

    ହୋଇ ଜଗତ ଜନନୀ

ଦ୍ବିତୀୟ ହସ୍ତରେ   ଭୟ ଦୂର     

     ଘୋଡାଇ ପଣତକାନୀ ।

ତୃତୀୟ ହସ୍ତରେ  ଧରି ଥାଇ ଖଡ୍ଗ 

   ନାମ ତୋ' ଦୁଷ୍ଟନାଶିନୀ

ଚତୁର୍ଥ ହସ୍ତରେ  ଧରି ଥାଉ ବଜ୍ର 

    ସକଳ ଦୈତ୍ଯନାଶିନୀ ।

ମାଗୋ କାଳରାତ୍ରୀ ତୁମେ ଶୁଭଙ୍କରୀ

     ତୁମେ ଦୁର୍ଗା ପାର୍ବତୀ

ମୁଁ ଛାର ଅଧମ    କି ବର୍ଣ୍ଣି ପାରିବି

     ତୁମ ଯଶ ଆଉ କୀର୍ତ୍ତି ।

ସବୁ ବପଦରୁ   ଉଦ୍ଧାରିବୁ ମୋତେ

    ପଣତ ଘୋଡେଇ ଦେଇ

ମୁଁ ତୋର ସନ୍ତାନ    ଅଜ୍ଞାନ ବାଳୁତ 

     ଦେଏ ତୋ' ଚରଣ ଛାଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ