STORYMIRROR

jagabandhu sahu

Others

3  

jagabandhu sahu

Others

ଜୟ ମାଆଗୋ ସିଦ୍ଧିଦାତ୍ରୀ

ଜୟ ମାଆଗୋ ସିଦ୍ଧିଦାତ୍ରୀ

1 min
358

ନବରାତ୍ରୀର ଏ  ଶେଷ ଅବତାର

  ଆହା କି ଯେ ମନଲୋଭା

କମଳ ପୁଷ୍ପରେ  ଚତୁର୍ଭୂଜା ରୂପେ

  ହୋଇ ଅଛ ମାଆଗୋ ଉଭା


ଶଙ୍ଖ ଚକ୍ର ଗଦା  ହସ୍ତେ ତୁମ ପଦ୍ମ

   ତୁମେ ଲକ୍ଷ୍ମୀ ନାରାୟଣୀ

କୃପାମୟୀ ରୂପେ  ସନ୍ଥ ପାଳୁଅଛ 

   ଦୁଷ୍ଟ ଦୈତ୍ୟ ସଂହାରିଣୀ 


ପାଞ୍ଚଜନ୍ୟ ଶଙ୍ଖ ନାଦ ତୁମେ କରି

   ଦିଅ ଯେ ରଣ ହୁଙ୍କାର

ଦେଖି ଯେ ତୁମର ନାରାୟଣୀ ରୂପ

  ଦୁଷ୍ଟ ଦୈତ୍ୟ ହାହାକାର


ସୁଦର୍ଶନ ଚକ୍ର ପେଶି ପୁଣି ତୁମେ 

   କରୁଛ ମାୟା ବିସ୍ତାର

ଗଦାର ଆଘାତେ ନିମିଷକ ମାତ୍ରେ

   ନାଶ କର ଅହଙ୍କାର


ଅଭୟ ଦାୟିନୀ ସିଦ୍ଧି ପ୍ରଦାୟନୀ

  ପଦ୍ମ ଫୁଲେ ତୁମ ପ୍ରିୟ

ଦଶଦିଗରେ ଯେ ଶୁଭୁଛି ସବୁଠି

   ତୁମରି ମାଆ ଜୟ ଜୟ


କମଳ ପୁଷ୍ପରେ  ଅଭୟ ଦିଅ ମାଆ

  ଜୟ ମାଗୋ ସିଦ୍ଧିଦାତ୍ରୀ

ମୁଁ ଯେ ଅଜ୍ଞାନ ବିନତୀ ମୋ ଘେନି

  ଜ୍ଞାନ ଦିଅ ଜ୍ଞାନଦାତ୍ରୀ



Rate this content
Log in