STORYMIRROR

Arundhati Jena

Others

5  

Arundhati Jena

Others

ଜୟ ମାଆ ସରସ୍ଵତୀ

ଜୟ ମାଆ ସରସ୍ଵତୀ

1 min
426

ଜୟ ଜୟ ଜୟ ମାଗୋ ବ୍ରହ୍ମା ଙ୍କ ଘରଣୀ

ଜୟ ଜୟ ମାଗୋ ତୁ ତ୍ରିପୁର ମୋହିନୀ।

ଜୟ ଜୟ ମାଗୋ ପୁସ୍ତକ ଧାରିଣୀ

ଜୟ ମାତ ତୋ ଦୟାରେ ମୂର୍ଖ ହୁଏ ଜ୍ଞାନୀ।

ଜୟ ଜୟ ମାଗୋ ହଂସରୁଢା ତୁହି

ଶ୍ୱେତପଦ୍ମ ଉପରେ ମାଆ ବସି ଅଛୁ ଯାଇ।

ଶୁଭ୍ର ବସ୍ତ୍ର ରେ ତୁ ମାଆ ଦିଶୁ ଯେ ସୁନ୍ଦର

ସୁନ୍ଦରତା ବର୍ଣ୍ଣିବାକୁ ଭାଷା ନାହିଁ ମୋର।

ଏତେ ଜ୍ଞାନ ନାହିଁ ମାଗୋ ଲେଖିବି ମହିମା

ତୁ ଦୟା କଲେ ମାଆ ଏସବୁ ସମ୍ଭବ ସିନା।

ତୁ କଣ୍ଠ ରେ ବିଜେ କଲେ ସୃଜନୀ ହୋଇବ

ନ ହେଲେ ଶବ୍ଦ ର ତାଳ ମେଳ ନ ପାଇବ।

ତୋ ଦୟା ରେ ମହାଜ୍ଞାନୀ ମୂର୍ଖ କାଳିଦାସ

ଯୁଗେ ଯୁଗେ ତୋହର ମାଆ ରହିଅଛି ଯଶ।

ଜ୍ଞାନ ର ଧାରିଣୀ ମାଗୋ କୃପା ନିର୍ଝରଣୀ

ଜ୍ଞାନ ବିତରଣ କରି ମାଆ ତୁ ଅଭୟ ଦାୟିନୀ।

ଯେତେ ବେଳେ ପ୍ରାଣୀ ଙ୍କୁ ତ ପଡ଼ିଥାଏ କଷ୍ଟ

ତୋତେ ଜପି ଦେଲେ ମାତ ଦୂରହୁଏ ସଙ୍କଟ।

ତୋର କୃପାଦୃଷ୍ଟି ସଦା ମୋ ଉପରେ ଥାଉ

ମୋ ଲେଖନୀ ଏମିତି ଅବିରତେ ଚାଲୁଥାଉ।

ଅଜ୍ଞାନ ତିମୀରତା କୁ କର ମାତ ଦୂର

ତୁ ଦୟା କଲେ ମାତ କିଛି ନୁହେଁ ଅସମ୍ଭବ।

ଲେଖିବାରେ ଯଦି ମାତ ହୋଇଥାଏ ଭୁଲ

କ୍ଷମା କରିଦେବୁ ମାଆ ପଡେ ତୋ ପୟ ର।



Rate this content
Log in