STORYMIRROR

Alhadini Panigrahi dash

Others

3  

Alhadini Panigrahi dash

Others

ଜୟ ମାଆ କାତ୍ୟାୟନୀ

ଜୟ ମାଆ କାତ୍ୟାୟନୀ

1 min
128

ଜୟ ମାଗୋ କାତ୍ୟାୟନୀ

କାତ୍ୟାୟନ ସୂତା

ଘୋର ତପସ୍ୟା ରେ ତାଙ୍କ

ହେଲୁ ଆବିର୍ଭୁତା  


ପ୍ରସନ୍ନ ହୋଇଣ ବର 

ପ୍ରଦାନ କରିଲୁ

ତାଙ୍କ ଦୁହିତା ରୂପରେ

ନାମ ପ୍ରକାଶିଲୁ  


ପାପ ପାପୀ ବିନାଶିନୀ

ମହିଷାମର୍ଦ୍ଦିନୀ

ଅସତ୍ୟ ଅନ୍ଧାର ଚିରି

ଆଲୋକ ଦାୟିନୀ  


ଜୟ ଦୁର୍ଗା ମାତା ଜୟ 

ଶଙ୍କର ଭାବିନୀ

ଖଡ୍ଗ କମଳ ଧାରିଣୀ 

ଅଭୟ ଦାୟିନୀ  


ତୋର ଦୟା ବଳେ ମାତ

କଷ୍ଟ ହୁଏ ଦୂର

ତୋ ମହିମା ଲେଖିବାକୁ

ଶକ୍ତି କାହିଁ ମୋର  


ମୋ ଜୀବନେ ଅପରାଧ

କରିଅଛି ଯାହା

ଦୋଷାଦୋଷ କ୍ଷମା କର

ମାତା ମହାମାୟା  



Rate this content
Log in