STORYMIRROR

Kananbala Das

Others

3  

Kananbala Das

Others

ଜୟ ମା ଗାୟତ୍ରୀ

ଜୟ ମା ଗାୟତ୍ରୀ

1 min
216


ଜଗତ ଜନନୀ ମଙ୍ଗଳ କାରିଣୀ

ଜୀବନ ଜ୍ୟୋତି ପ୍ରଚଣ୍ଡ,

ହଂସାରୁଢ଼ା ମାତା ଶ୍ଵେତା ମ୍ବର ଧାରୀ

ରଚନା ଶକ୍ତି ଅଖଣ୍ଡ।


ପୁସ୍ତକ ପୁଷ୍ପ ଓ କମଣ୍ଡଳୁ ମାଳା 

ଶୁଭ୍ର ତନୁ ସ୍ୱର୍ଣ୍ଣ କାନ୍ତି,

ନୟନ ବିଶାଲା ଦିବ୍ୟତେଜସ୍ୱିନୀ 

ଭବ୍ୟରୁପ ସୁଖଶାନ୍ତି ।


ଭବ ଭୟ ହାରୀ ଜନହିତକାରୀ 

ସୁଖଦାୟୀ ଜଗଦମ୍ବେ ,

ପ୍ରଣତ ପାଳିନୀ ବ୍ରହ୍ମ ସ୍ୱରୁପିଣୀ

ଜଗଦ୍ଧାତ୍ରୀ ମାତ ଅମ୍ବେ।


ସମ୍ପୂର୍ଣ୍ଣ।,ଅବୟା ବ୍ରହ୍ମର ସ୍ୱରୂପା

ସୁଖ ପ୍ରଦାୟିନୀ ଧାତ୍ରୀ,

ଚେତନା ରୁପିଣୀ ଅଭୟ ଦାୟିନୀ

ଦୁଃଖ ହାରିଣୀ ଗାୟତ୍ରୀ।


ଜଗ ଧାତ୍ରୀ ନାଶ ଦୁଃଖ,ଭୟ, କ୍ଲେଶ

କଳହ ଓ ଦାରିଦ୍ରତା,

ଜୀବ,ବ୍ରହ୍ମ, ପିଣ୍ଡ ଆଦି ଶକ୍ତି ସ୍ତୁତି

ଜୟତି ଗାୟତ୍ରୀ ମାତା।


ଚଇତ୍ରେ,ଆଶ୍ଵିନେ ନବ ଦିନରାତି 

ନବରାତ୍ରୀ ପାଳେ ଯିଏ,

ନିଷ୍ଠାର ସହିତ ପୂର୍ଣ୍ଣାହୁତି ଦେଲେ

ସୁଖ ଶାନ୍ତି ପ୍ରାପ୍ତ ହୁଏ।


ଆଧ୍ୟାତ୍ମିକ ମାର୍ଗ ପ୍ରଶସ୍ତ ହୋଇବ 

ଧର୍ମର ଧ୍ଵଜା ଉଡ଼ିବ,

ଅନ୍ତଃକରଣ ରେ ଶୁଚିତା ଖେଳିବ

ଭକ୍ତିର ଉଦ୍ରେକ ହେବ।


ପରିବର୍ତ୍ତନ ସ୍ବର ଗୁଞ୍ଜରି ଯିବ 

ଧାରା ସ୍ରୋତ ବଦଳିବ,

ପ୍ରତି ହୃଦୟରେ ଚେତନା ଜାଗିବ

ଭକ୍ତି ଭାବ ସୃଷ୍ଟି ହେବ।


ଯୁଗ ବଦଳିବ ଆମେ ବଦଳିବା

ତୋ ପାଦେ ଥାଉ ମା ଭକ୍ତି,

ତୁହି ମାେ ବନ୍ଦନା ତୁହି ଆରାଧନା

ଜୀବନର ଆଦ୍ୟ ପ୍ରୀତି ।


କ୍ରୁପାମୟୀ ମାତା ଦୟାର ସ୍ୱରୂପା

ଶକ୍ତି ସ୍ୱରୁପିଣୀ ପରା,

ଗାୟତ୍ରୀ ମନ୍ତ୍ର ଟି ଶ୍ରେଷ୍ଠ ଏ ଜଗତେ 

ଅଦୃଶ୍ୟ ଆଶିଷ ଧାରା ।


ମଙ୍ଗଳ କାରିଣୀ ସଙ୍କଟ ହାରିଣୀ

ଜଗତ ଉଦ୍ଧାର କର,

ଅଭୟ ଦାୟିନୀ ଯୁଗଶକ୍ତି ମାତା

ପ୍ରଣିପାତ ଘେନ ମୋର।


Rate this content
Log in