ଜୟ ମା ଦୁର୍ଗା
ଜୟ ମା ଦୁର୍ଗା
1 min
226
ଅଷ୍ଟଭୂଜା ମାଆଗୋ ମହିଷାମର୍ଦ୍ଦିନୀ
ଯୋଗମାୟା ଦୁର୍ଗା ଦେବୀ
ଶିବାଙ୍ଗୀ ଶିବାନୀ ରୌଦ୍ର ସୌମ୍ୟରୂପୀ
ମନୋହରା ଦିବ୍ୟଛବି ।।
ନବ ଆହ୍ଲାଦରେ ଆଚ୍ଛାଦିତ ମନ
ଦେଖି କାଶତଣ୍ଡୀ ଫୁଲ
ପାର୍ବଣର ଶୁଭ ଦିନ ଆଗମନେ
ହସ ଉଲ୍ଲାସର ବେଳ ।।
ମାତା ଆଦ୍ୟାଶକ୍ତି ଦେବୀ ମହାମାୟା
ଧାରାରେ ହୋଇ ପ୍ରକଟ
ମୃଣ୍ମୟୀ ପ୍ରତିମା ରତ୍ନ ବିମଣ୍ଡିତା
ହରନ୍ତି ସର୍ବ ସଙ୍କଟ ।।
