STORYMIRROR

Mrunmayee Behera

Others

3  

Mrunmayee Behera

Others

ଜୟ ମା ଦୁର୍ଗା

ଜୟ ମା ଦୁର୍ଗା

1 min
231


ଅଷ୍ଟଭୂଜା ମାଆଗୋ ମହିଷାମର୍ଦ୍ଦିନୀ

ଯୋଗମାୟା ଦୁର୍ଗା ଦେବୀ  

ଶିବାଙ୍ଗୀ ଶିବାନୀ ରୌଦ୍ର ସୌମ୍ୟରୂପୀ

ମନୋହରା ଦିବ୍ୟଛବି ।।


ନବ ଆହ୍ଲାଦରେ ଆଚ୍ଛାଦିତ ମନ

ଦେଖି କାଶତଣ୍ଡୀ ଫୁଲ  

ପାର୍ବଣର ଶୁଭ ଦିନ ଆଗମନେ

ହସ ଉଲ୍ଲାସର ବେଳ ।।


ମାତା ଆଦ୍ୟାଶକ୍ତି ଦେବୀ ମହାମାୟା

ଧାରାରେ ହୋଇ ପ୍ରକଟ 

ମୃଣ୍ମୟୀ ପ୍ରତିମା ରତ୍ନ ବିମଣ୍ଡିତା

ହରନ୍ତି ସର୍ବ ସଙ୍କଟ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍