ଜୟ ଜୟ ପଦ୍ମମୁଖ
ଜୟ ଜୟ ପଦ୍ମମୁଖ
ହେ ଇଶ୍ଵର,
କେତେବେଳେ କାହାକୁ କେଉଁଠି
ନେଇ ଛିଡ଼ା କର,
ଅଜଣା ଅଚିହ୍ନା ପୁଣି କ୍ଷଣିକରେ
ହୁଏ ଆପଣାର।
ଯେମିତି ଏ ଷ୍ଟୋରିମିରର
କରିଅଛି ନିଜଠୁ ନିଜର
ନିସ୍ଵାର୍ଥେ ପରିଚିତ କରାଇଛି
ଆମକୁ ଏ ସାରସ୍ୱତ ଜଗତର।
ହେ ଇଶ୍ଵର,
ଅଜାଚିତେ ପୁଣି କେଉଁ ପୂଣ୍ୟଫଳେ
ଦେଇଛ ମଣିଷ ଜନମ,
ବଡ଼ ଭାଗ୍ୟବାନ ନିଜକୁ ଭାବୁଛି
ପବିତ୍ର ଏ ଧରାଧାମ।
ହେ ଇଶ୍ଵର ତୁମେ ବିଶ୍ଵର ତୁମେ ଧନୀକର,
ତୁମେ ନିଶ୍ଵର ତୁମେ ସତ୍ୟ ତୁମେ ଧର୍ମ,
ତୁମରି ମହତ ଦାନରେ ଚାଲି ମୁଁ
ରଖିଯିବି ଯଶ ନାମ।
ଗ୍ରୀଷ୍ମ ବର୍ଷା ଶୀତ ପୁଣି ମଣିଷର
ସମ୍ପର୍କ ପ୍ରେମପୂର୍ଣ୍ଣ ଜୀବନ,
ବାପା ମାଆ ଘର ଚିହ୍ନା ଅଚିହ୍ନା
ନିଜନିଜ ସହ ମିଶଇ ମନ।
ଧନୀ ଗରିବ ଶିଶୁ ଠାରୁ ବୁଢା ସଜୀବ
ଜଗତେ ସଭିଙ୍କୁ ହୁଅଇ ଭୋକ,
ସ୍ତ୍ରୀ ପୁରୁଷ ପ୍ରେମିକ ପ୍ରେମିକା
ସଂଘର୍ଷ ଥାଏ ସଭିଙ୍କ।
ସଂଘର୍ଷ କରେ କବି କାଗଜ କଲମ
ବହି ଓ ଖାତାକୁ ନେଇ,
ଲେଖେ କେତେ କଥା ଗଛ ଆତ୍ମକଥା
ପୁଣି ଅନୁତାପେ ଜଳୁଥାଇ।
ମଣିଷ ଜୀବନ ସଦା ଦୋଛକିରେ
ପ୍ରକୃତ ବନ୍ଧୁ ତ ଜାଣେ,
ଦି ବୁନ୍ଦା ଲୁହ ନିଜ ଆଖିରୁ ବୁହାଇ
ଖିଏ ହସ ତା ଓଠେ ବୁଣେ।
ବିନ୍ଦୁଏ ସିନ୍ଦୁର ସଧବା ନାରୀର
କୋଟି ପୂଣ୍ୟର ଫଳ,
ଏ କଳି ଯୁଗରେ ସବୁ ପ୍ରତାରଣା
ବିନାଶ ଯେ ବେଳୁବେଳ।
ଇଶ୍ୱରଙ୍କ ଦାନ ମଣିଷ ଜୀବନ
ଏହା ନ ବୁଝେ ମଣିଷ,
ସେତେବେଳେ ବୁଝେ ଯେତେବେଳେ ସିଏ
ବନ୍ଧା ଥାଏ ମୃତ୍ୟୁ ଫାଶ।
ହେ ଇଶ୍ଵର ଏ ମଣିଷ ମନରେ
କିଆଁ ଭରିଦିଅ,
ଲୋଭ,ହିଂସା କ୍ରୋଧ ଭଳି ଷଢରିପୁ
ତା ପାଶୁ ଦୂରେଇ ଦିଅ।
ତବ ପାଦେ ଲୟ ରଖି ଦିଅ ପ୍ରଭୁ
ନ ଆସୁ ଭୟ କି ଦୁଃଖ,
ଏତିକି ବୀନତୀ ହେ କମଳାପତି
ବାରେ ମୋ ଗୁହାରି ରଖ।
ଜୟ ଜୟ ପଦ୍ମମୁଖ।
