STORYMIRROR

Ajay kumar Behera

Others

3  

Ajay kumar Behera

Others

ଜୟ ଜୟ ମାଆ କାଳୀ

ଜୟ ଜୟ ମାଆ କାଳୀ

1 min
134


ଜୟ ଜୟ ମାଆ କାଳୀ

ଯୁଗେ ଯୁଗେ ହୁଏ ତୋର ଆଗମନ

ତୋ ସ୍ୱ-ରୂପ ଦରଶନେ

ଭରିଯାଏ କୋଟି ଜୀବଙ୍କର ମନ।୧।


ତୋ କୃପାଲୋଭି କିଏ ସେ

ତୋରି ଯାଏ ପୁଣି ଏ ଭବ ସାଗରୁ

କିଏ ପୁଣି ଘାଣ୍ଟି ହୁଏ

ନାନାବିଧ ଯନ୍ତ୍ରଣାରେ ଜନମରୁ।୨।


ମଙ୍ଗଳମୟୀ ମାଆ ଗୋ

ରଖିଲୁ ତୁ ଶିବଙ୍କୁ ହଳାହଳରୁ

ତୋ ପୟର ଥାପି କଣ୍ଠେ

ମୁକ୍ତକଲୁ ତାଙ୍କୁ ତ ବିଷ ଜ୍ୱାଳାରୁ।୩।


ଧନ୍ୟ ଧନ୍ୟ ମାଆ ମୋର

ଆସୁ ତୁହି ପୁଣି ଘନ ଅନ୍ଧାରରେ

ତୋର ଆଗ ମନେ ଜାଣି

ଭରିଯାଏ ପୁରପଲ୍ଲୀ ଆଲୋକରେ।୪।


କରୁ ସ୍ୱାଗତ ତତେ ତ

ଅଗଣାରେ ନାନାମତେ ଦୀପ ଜାଳି

ଶୁନ୍ ଶାନ ଅନ୍ଧାରରେ

ନେଇ ଥାଉ ତୁହି କେତେ ଆଲୋ ବଳୀ।୫।


ପିତୃ ପୁରୁଷ ପାଆନ୍ତି

କେତେ ପ୍ରକାରର ପିଣ୍ଡଶ୍ରାଦ୍ଧ ସତେ

ପୟା ଡାକ ଦେଇ ଡାକୁ

ଆମେ ଯେ ଆମର ସୁଖେ ଦୁଃଖେ ଯେତେ।୬।


ଘରେ ଘରେ ଖିରି ପିଠା

ହୁଏ ପୁଣି କେଡ଼େ ମହା ଆଡ଼ମ୍ବରେ

ପିଲାଏ ମାତନ୍ତି ଖେଳ

ବନ୍ଧୁକଗୁଳି ବାଣ, କୁମ୍ପି ସାଥିରେ।୭।


ଚାରି ଆଡ଼େ ଶୁଭେ ଖାଲି

ଢ଼ ଢ଼ା ବାଣ ଓ ବନ୍ଧୁକର ଗର୍ଜନ

ଆଲୋକରେ ନାଶ ହୁଏ

ସତେ ପୁଣି କେତେ କୀଟଙ୍କ ଜୀବନ।୮।



Rate this content
Log in