STORYMIRROR

Ajit Kumar Raut

Others

4  

Ajit Kumar Raut

Others

ଜୟ ଜୟ ଜଗନ୍ନାଥ

ଜୟ ଜୟ ଜଗନ୍ନାଥ

1 min
341

ମନ ଉଦବେଗ ହୃଦୟ ଆତୁର 

  ଦେଖିବି ଜଗାର ବେଶ 

ନରସିଂହ ରୂପେ ସଜ୍ଜିତ ଠାକୁର

  ମନ ମୋହୁଅଛି ବେଶ।


ହସ୍ତ ଯୋଡ଼ି ଭକ୍ତ ଚାହିଁ ରହିଛନ୍ତି

  ହୃଦରୁ ଜଗା ଗୁଞ୍ଜନ 

ରୂପ ନରସିଂହ ଦେଖନ୍ତିଟି ନେତ୍ରେ

  ଭକ୍ତଙ୍କ ମନ ପ୍ରସନ୍ନ।


ଶିଶୁ ଭକ୍ତ ସେହୁ ଦାନବ ସନ୍ତାନ

  ନାମଟି ପ୍ରହ୍ଲାଦ ଥିଲା 

ଦାନବ ଔରସୁ ଜନ୍ମ ହୋଇ ମଧ୍ୟ

  ପ୍ରଭୁଙ୍କର ଭକ୍ତ ଥିଲା।


ଭକ୍ତ ପାଇଁ ପରା ନରସିଂହ ରୂପ

  ଧରି ଥିଲେ ଜଗନ୍ନାଥ 

ହିରାନାକାଶିପୁ ଥିଲା ସେ ଦାନବ

  ମାରିଲେ ଜଗତ ନାଥ।


ଭଉଣୀ ହୋଲିକା ଜଳି ପଡ଼ି ମଲା

  ପ୍ରହ୍ଲାଦେ କଲେଟି ରକ୍ଷା 

ସୁରକ୍ଷା ଭକ୍ତର କଲେ ଜଗନ୍ନାଥ

  କଲେଟି ଧର୍ମର ରକ୍ଷା।


ବନ୍ଧୁ ଭକ୍ତଙ୍କର ପ୍ରଭୁ କୃପାସିନ୍ଧୁ

 ଭକ୍ତେ କଲେଟି ଉଧାର 

ଭକ୍ତେ ଦିଶୁଥାଏ ନରସିଂହ ରୂପ

 କରିବେ ପାପ ସଂହାର।


ରୂପ ଭୟଙ୍କର ନରସିଂହ ରୂପ

 ରୂପେ ପାପୀ ଭୟଭୀତ 

ହଜାର ହଜାର ଭକ୍ତ ଗହଳିରେ

 ପ୍ରଚଣ୍ଡ ରୂପେ ସଜ୍ଜିତ।


ଶଙ୍ଖ ହୁଳହୁଳି ନୈବେଦ୍ୟ ଦେଇଣ

 ଜଗାଙ୍କ ପୂଜନ ତହିଁ 

ମୃଦଙ୍ଗର ତାଳେ କାଳିଆ ଗୁଞ୍ଜନ

 ମନ ମୋହୁ ଥାଏ ଯହିଁ।


ସାଜିଛିଟି ଜଗା ନରସିଂହ ବେଶ

 ମନ ମୋହୁ ଅଛି ଭକ୍ତେ 

ଉତ୍କଳୁ ବିଚ୍ଛିନ୍ନ ବିଚ୍ଛିନ୍ନ ଭୂଇଁରେ

 ଲୀଳା ଦେଖୁଛନ୍ତି ଭକ୍ତେ।

  

ସିଂଭୂମ ପରାଟି ଉତ୍କଳର ଭୁଇଁ

 କାଳିଆ ଆରାଧ୍ୟ ପରା 

ମାଉସୀ ମନ୍ଦିର ସଢେଇକଳାରେ

 ସଜ୍ଜିତ ବେଶରେ ପରା।

  

ଜିଲ୍ଲା ସଢେଇକଳା ଓ ଖରସୁଆଁ 

 ଜଗାଙ୍କ ଭକ୍ତି ଗୁଞ୍ଜନ 

ପରା ରଥଯାତ୍ରା ଭକ୍ତିର ପାର୍ବଣ

 ଭକ୍ତଙ୍କ ମନ ପ୍ରସନ୍ନ।


ମାଉସୀ ମନ୍ଦିରେ ଜଗା ଅବତାର

 ହୁଅନ୍ତି ବେଶେ ସଜ୍ଜିତ 

ଲକ୍ଷ ହିଁ ସଂଖ୍ୟାରେ ଭକ୍ତଙ୍କର ରୁଣ୍ଡ

 ଭକ୍ତ ମନ ଆନନ୍ଦିତ।


ପାଇଁ ରାଥଯାତ୍ରା ଜଗତ କଲ୍ୟାଣେ

 ଦେଖନ୍ତି ମନୁଷ୍ୟ କର୍ମ 

ଦେଖନ୍ତି ପାପୀଙ୍କ ପାପର ତାଣ୍ଡବ

 ଦେଖନ୍ତି ଭକ୍ତଙ୍କ ଧର୍ମ।


ସର୍ବୋପରି ପ୍ରଭୁ ଜୀବନେ ମୋହର

  ତହ ବିନୁ ଗତି ନାହିଁ 

କ୍ଷମା କରି ଦେବୁ ଭୁଲ କଲେ କିଛି

  ଅଜ୍ଞାନ ମାନବ ମୁହିଁ।

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍