Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramakanta Das

Others

4  

Ramakanta Das

Others

ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

1 min
236



ଜ୍ୟେଷ୍ଠ ମାସର

     ସ୍ନାନ ପୂର୍ଣ୍ଣିମା

 ସବୁଆଡେ ଶୁଭେ

      ଆହେ ମଣିମା ।


ଚନ୍ଦ୍ର ଓ ବୃହସ୍ପତିଙ୍କର

     ଅପୂର୍ବ ସଂଯୋଗରେ

ଚତୁର୍ଦ୍ଧା ମୁରତି

     ଦରଶନ ଦିଅନ୍ତିରେ ।


ଚତୁର୍ଦ୍ଧା ମୁରତି

      ଶ୍ରୀମନ୍ଦିରରୁ ବାହାରି

ଯାଇଥାନ୍ତି

    ଧାଡି ପହଣ୍ଡି କରି ।


ପହଞ୍ଚି ଥାନ୍ତି

     ସ୍ନାନ ମଣ୍ଡପେ

ଦରଶନ କରିଥାନ୍ତି

      ସମସ୍ତେ ।


ଶହେ ଆଠ ଗରା

     ସୁନା କୂଅ ର ଜଳ

ସେଥିରେ ପଡଇ

   କସ୍ତୁରୀ, ଚନ୍ଦନ ଓ ଯାଇଫଳ ।


ସୁଗନ୍ଧିତ ଦ୍ରବ୍ୟ

     ପଡେ ଜଳରେ

ଗରା ଉପରେ

   ନାରିକେଳ ଥାଏରେ ।


ଜଳ ଆସି ରୁହେ

     ସ୍ନାନ ବେଦୀରେ

ବିଭିନ୍ନ ପ୍ରକାର

   ପୂଜା ହୁଏ ରେ ।


ପୂଜା ପରେ ହୁଏ

      ସ୍ନାନ ଯାତରା

ବରଷକେ ଥରେ

      ହୁଅଇ ପରା ।


ସାରା ବର୍ଷ ହୁଏ

      ଦର୍ପଣୀ ସ୍ନାନ

ଗୋଟିଏ ଦିନ ହୁଏ

      ପ୍ରତ୍ୟକ୍ଷ ସ୍ନାନ ।


ଛେରା ପହଁରା

       ହୁଏ ଅନୁଷ୍ଠିତ

ତାପରେ

    ଗଜାନନ ବେଶ ।


ସ୍ନାନ ମଣ୍ଡପେ

     ଚତୁର୍ଦ୍ଧା ମୁରତି

ଗଜାନନ ବେଶେ

     ଦରଶନ ଦିଅନ୍ତି ।


ସବୁ ଦିଧି ଓ ସବୁ କାର୍ଯ୍ୟ

      ହୋଇଥାଏ ସମାପନ

ଏହି ଦିନ ପରା ହୋଇଥାଏ

    ମହାପ୍ରଭୁଙ୍କର ଜନ୍ମଦିନ ।


Rate this content
Log in