STORYMIRROR

Santanu Bisoi

Others

3  

Santanu Bisoi

Others

ଜୟ ଜଗନ୍ନାଥ।

ଜୟ ଜଗନ୍ନାଥ।

1 min
376

ଶ୍ରୀବତ୍ସ ବ୍ରାହ୍ମଣ ନୁହେଁ ମୁଁ କାଳିଆ

ଦେଇନାହିଁ ରେ ଗୋଇଠା,

ତ୍ରେତୟା ଶବରୀ ନୁହେଁ ପୁଣି ମୁହିଁ

ଖୁଆଇ ନାହିଁ ଅଇଁଠା।।


ଭକତ ବିଦୁର ଅବା ସାଲବେଗ

କର ବା ନ'କର ନାହା,

ବିସର ମହାନ୍ତି କଳି କାଳେ ମୋତେ

କରିଦିଅ ଚଉବାହା।।

ତାରିଲେ ତାରିବୁ, ମାରିଲେ ମାରିବୁ

ତୋ ଛଡ଼ା ନାହିଁରେ କିଏ,

ପତିତପାବନ ନାଁ କୁ କଳଙ୍କ

କରନି ଶ୍ରୀକ୍ଷେତ୍ର ରାୟେ।।


ଶ୍ରୀପଦେ ଗୁହାରି କରୁଅଛୁ ହରି

ଦିନଜନେ ଦୟା ଥାଉ,

କୋଟିଏ ପତିତ କଣ୍ଠୁ ଭାସିଆସୁ

ଜୟ ଜୟ ମହାବାହୁ।।


ଜୟ ଜଗନ୍ନାଥ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍