Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ansuman Swain

Others

3  

Ansuman Swain

Others

ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

1 min
195



ଆସ ଭାଇ ମାନେ ଆସ ବନ୍ଧୁ ମାନେ

ଶିରୀକ୍ଷେତ୍ର ବୁଲିଯିବା 

ନୂଆ ବରଷରେ ନୂଆ ଆସାନେଇ 

ନାମ କୀର୍ତ୍ତନେ ରସିବା ।


ପତିତପାବନ ବାନା ଉଡୁଥିବ 

ଶୁବୁ ଥିବ ହରି ନାମ

ଭାବରେ ,ଭାବରେ ହଜିଯିବା ଆମେ

ଦେଖା ଦେବେ ଘନଶ୍ୟାମ ।


ନରେନ୍ଦ୍ରରେ ଯାଇ ସ୍ନାହାନ କରିବା 

ଲଭିବା ସକଳ ସୁଖ

ବାଇଶି ପାବଚେ ଚଢି ,ଚଢି ଯିବା

ଦେଖିବା କଳାଶ୍ରୀ ମୁଖ ।  

     

କୈବଲ୍ୟ ହାଟରେ ଅଭଡ଼ା ପାଇବା         

କୋଟି ପୂଣ୍ୟ ମନେ ନେଇ 

ଜୀବନର ଶାନ୍ତି ସେଇଠି ଅଛିରେ

ଆଉସବୁ ମିଛ ଭାଇ ।


କଳ୍ପବଟ ମୂଳେ ବିଶ୍ରାମ କରିବା 

ପ୍ରଭୁଙ୍କର ନାମ ନେଇ

ରାତି ବିତାଇବା ଶରଧା ବାଲିରେ

ଆସ ,ଆସ ମୋର ଭାଇ .......

           


Rate this content
Log in