STORYMIRROR

Sanuja Meghamala

Others

4  

Sanuja Meghamala

Others

ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

1 min
916


କି ଦେଇ ପୂଜିବି     ତୋତେ ମୁଁ ପ୍ରଭୁ ହେ

     ଜାଣି ତ ପାରୁନି କାହିଁ

ଚଉଦିଗେ ଯାହା   ଦେଖୁଛି ଏ ନେତ୍ର

      ସବୁରେ ବିରାଜୁ ତୁହି ।।

ତୁଳସୀ ଦୟଣା     ମଲ୍ଲି ହେନା ମାଳ

    ଦେବିରେ  କଣ୍ଠେ  ଝୁଲାଇ

ଚୁଆ ଚନ୍ଦନକୁ   ଲେପିବି ତୋ ଦେହେ

       ମନରେ ଭାବୁଚି ମୁହିଁ ।।

ସାଧନା କରିନି      ମନ୍ତ୍ର ବି ଜାଣିନି

     ପୂଜା ବିଧି ଜଣାନାହିଁ

ଏତିକି  ବୁଝିଛି   ଜଗତ  କରତା

       ତୋର ବିନୁ ମୁକ୍ତି ନାହିଁ।।

ଅନ୍ଧାର ଆଲୁଅ  ସୁଖ ଦୁଃଖ ଯେତେ

    ସବୁ ଯେ ତୋହରି ଖେଳ

କି ରୂପେ ଡାକିବି    ଜଗତ ଗୋସାଇଁ

       ପାଏ ନାହିଁ ଥଳ କୂଳ ।।

 ତୁମେ ଜଗନ୍ନାଥ    ଅନାଥର ନାଥ

         କାଳିଆ ସାଆନ୍ତ ପରା

ଭବ ପାରା ବାରେ  ଜଣେ ତ ନାଉରୀ

         ପଥିକ ମୁଁ ପଥହରା ।।

 ନୁହେଁ ମୁଁ ବିଦୂର  ଭକ୍ତ ସାଲବେଗ

        ବନ୍ଧୁ ମହାନ୍ତି, ଦାସିଆ

ଭକତି ହୀନ ଯେ      ଅଧମ  ଅକ୍ଷମ

       ତୁହି ଏକା ମୋର ସାହା ।।

ତୋ ପଦେ ଆର୍ପିଛି   ଏ ଛାର ଜୀବନ

        କରିବୁନି ସାତ ପର

ଜୀବ ଯିବା ବେଳେ    ରହିବୁ ସାଙ୍ଗରେ

       ଗୁହାରି ବଡ଼ ଠାକୁର ।।

  

‌


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍