STORYMIRROR

pratap nayak

Others

2  

pratap nayak

Others

ଜୟ ଜଗନ୍ନାଥ ସ୍ୱାମୀ

ଜୟ ଜଗନ୍ନାଥ ସ୍ୱାମୀ

1 min
13.8K


ପୁରି ବଡଦାଣ୍ଡୁ ଆସିଲା ପରଠୁ

ମନ ଲାଗୁନାହିଁ କୋଉଠି

ସରଧା ବାଲିରେ ଛାଡି ମୁଁ ଆସିଲି

ରଥେ ତିନି ପ୍ରଭୁ ସେଇଠି।।

ଆଡପ ମଣ୍ଡପ ଅପେଖ୍ୟା କରିଛି

କୋଳେଇବ ତୁମ ତିନିଙ୍କୁ

ଗୁଣ୍ଡିଚା ମନ୍ଦିରେ ତମେ ବସି ରହି

ଦରଶନ ଦେବ ସଭିଙ୍କୁ।।

ଭକତଙ୍କ ପ୍ରାଣ ଭକତ ଜୀବନ

ତୁ ଭକତଙ୍କ ଗଳାମାଳୀ

ଅଜାତି ବିଜାତୀ ଅଛବ ଦେଖିବେ

ତୋର କିର୍ତ୍ତୀ ବନମାଳୀ।।

ସବୁରି ମେଳରେ ସଭିଂକ ସାଥିରେ

ମିତ ବସିବୁରେ ତୁହି

ସେମାନଙ୍କ ଦୁଃଖ ହରଣ କରିବୁ

ଜଗତର ପ୍ରଭୁ ହୋଇ।।

ବିଶ୍ୱବାସୀ ସବୁ ଆନନ୍ଦିତ ହେବେ

ରଖି ତୋ ପାଦରେ ଲୟ

ଜୟ ଜୟ ଗାନ ହୁରି ପଡୁଥିବ

ହେ ପ୍ରଭୁ କଲ୍ୟାଣ ମୟ।।


ପ୍ରତାପ ନାୟକ

୭୦୦୮୦୫୪୨୮୨


Rate this content
Log in