STORYMIRROR

Dr Baman Chandra Dixit

Others

3  

Dr Baman Chandra Dixit

Others

ଜୟ ଜଗଦିଶ

ଜୟ ଜଗଦିଶ

1 min
324


ଜଣାଏ ଜଣାଣ ଜଗତ ପତି,

ଜାଣିଛି ଜାଣିଛ ସବୁରି ମତି।


ଜାଣି ଶୁଣି ଯଦି ହେବ ଅଜଣା,

ଜଗତେ ବାଜିବ ନିନ୍ଦା ବାଜଣା।


ଜନକ ସଭାରେ ଶିବ ଧନୂକୁ,

ଜାଣି ଚଢାଇଲ ତା ପ୍ରତ୍ୟଞ୍ଚାକୁ।


ଜିଣିଲ ଜାନକୀ ଧନୂକୁ ଭାଙ୍ଗି

ଜାତ ପର୍ଶୁ-ହସ୍ତ କଳା ବିଭାଜି।


ଜନନୀ ମନ୍ତ୍ରଣା ଜନକ ସତ୍ୟ

ଜାୟା ଭ୍ରାତା ସାଥେ ଅରଣ୍ୟେ ବାସ।


ଜାନକୀ ହରଣେ ରାବଣ ହତ

ଜାଣିଛି ଜଗତ ରାମ ଚରିତ।


ଜନମେ ଦେବକୀ ପାଳେ ଯଶୋଦା

ଜନକ ନନ୍ଦ ବଶୁଦେବ ଅବା।।


ଜାଣି ପୁରେଇଲ ଶ୍ରୀମୁଖେ ମାଟି

ଜନନୀ ଦେଖିଲେ ଖୋଲି ମୁହଁଟି।


ଜଗତଟା ଯାକ ଶ୍ରୀମୁଖେ ଉଭା

ଜଗନ୍ନାଥ ସର୍ବବ୍ୟାପୀ ସର୍ବଦା।।


ଜଗତିରୁ ଖସି ନିହତ କଂସ

ଜଗତ ବନ୍ଦିତ ଶ୍ରୀ ଜଗଦିଶ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍