STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Others

3  

ପ୍ରିୟଦର୍ଶିନୀ ମହାନ୍ତି

Others

ଜୟ ଜଗଦୀଶ ହରି

ଜୟ ଜଗଦୀଶ ହରି

1 min
309

 ହେ କୁଞ୍ଜ ବିହାରୀ 

     ଅଷ୍ଟମ ପ୍ରହରୀ

       ଜନମି କାରାକୋଠରୀ,

ହୋଇ ନଦୀ ପାରି

      ଗୋପେ କ୍ରୀଡା କରି

        ବାଲ୍ୟ କାଳ ଗଲା ସରି।


       

ଗୋପେ ଘୁରି ଘୁରି

      ସଖା ମେଳ କରି

          ଲବଣୀକୁ କରି ଚୋରି,

ପଡେ ଗୋପେ ହୁରି

       ସଂଗେ ରାଧା ଗୋରୀ

          କୁଞ୍ଜ ବନେ କରୁ କେଳି।

    

ମୋହନ ମୁରାରୀ

     ପାଟ ପିତାମ୍ବରି

        ଚନ୍ଦନ କସ୍ତୁରୀ ହରି,

ଗୋପୀ ବସ୍ତ୍ର ଚୋରି

       ଯଶୋଦା ସଙ୍ଖାଳି

        କିଏ ହେବ ତୋର ସରି। 


ଗୋବର୍ଦ୍ଧନ ଗିରି

   ତଳେ ଆଶ୍ରା କରି

        କୃତ୍ୟ ଗୋପ ନର ନାରୀ,

ଦେଖି ଭକ୍ତ ଅରି

       ନନ୍ଦ ଗଳା ମାଳି

            ଆସୁ ଅବତାର ଧରି

          

         

କ୍ଷୀର ପାନ କରି

      ପୁତନାକୁ ମାରି

         ଆହେ ଗୋରୁ ଜଗୁଆଳି,

ମୁଖେ ସ୍ତନ ଧରି

      ପ୍ରାଣ ନେଲ ହରି

          ଗଣ୍ଠିଧନ ନୀଳମଣି।


ସୁଦର୍ଶନ ଧରି

      ଅସୁର ସହାଂରି

           ଜଗତ ସୁରକ୍ଷାକାରୀ,

ପାପ ହେଲା ଭାରି

     କଂସ ବଦ୍ଧକାରି

        ଜୟ ଜଗଦୀଶ ହରି।


ଭକତ ଗୁହାରି

     ଶୁଣିବାର କ୍ଷଣି

       ଆସୁ ନ କରିଣ ଡେରି,

ହେ ବିଶ୍ୱ ବିହାରୀ

     ଚରଣେ ତୁମରି

         ଜିବନ ଯାଅନ୍ତା କି ସରି!

     


     

      


Rate this content
Log in