STORYMIRROR

Usharani Sahoo

Others

3  

Usharani Sahoo

Others

ଜୟ ଜବାନ ଜୟ କିଷାନ

ଜୟ ଜବାନ ଜୟ କିଷାନ

1 min
115


 

ଭାରତ ମାତାର ସୁଯୋଗ୍ୟ ସନ୍ତାନ

ଜଣେ ଜବାନ ଅନ୍ୟ ଜଣେ କିଷାନ

ଜାତି ପ୍ରାଣ ପାଇଁ ଆତ୍ମଵଳୀ ଦେଇ

ସାରା ଜଗତରେ ହୋଇଲେ ମହାନ।

କିଷାନ ଭାଇ ଆମ ସୈନିକ ଭାଇ

ଖରା ଵରଷା ଶୀତ ଖାତିର ନାହିଁ

ଦେଶ ମାତୃକା ସେବା କରିଵା ପାଇଁ

ଜୀବନେ ସଂଗ୍ରାମ କରିଲେ ଯହିଁ।

ଆପଣା ସୁଖ ସ୍ୱାର୍ଥ କଲେ ବର୍ଜ୍ଜନ

ଲହୁଲୁହ ଭୁଲି ସେ ହୋଇଲେ ଟାଣ

ଆତ୍ମ ପରିଜନଙ୍କୁ ପଛରେ ପକାଇ

ଦେଶ ସେବା ପାଇଁ ଯେ କରିଲେ ପଣ।

ମୁଣ୍ଡ ଝାଳକୁ ଚାଷୀ ତୁଣ୍ଡରେ ମାରି

ଫସଲ ଫଳାନ୍ତି୍ ସେ ରକ୍ତକୁ ନିଗାଡି

ମାଟି ସହ ମାଟି ହୋଇଣ ଯେ ସେହି

ଦେଶବାସୀଙ୍କୁ ଖାଦ୍ୟ ଯୋଗାଇ ଥାଇ।

କୃଷକ ମନେ ନାହିଁ ଭାବ ବିଚାର

ନାହିଁ ଉଚ୍ଚନୀଚ କି ଆପଣା ପର

ଖାଦ୍ୟ ଯୋଗାଏ ସେ ହୋଇ ତତ୍ପର

ତାହା ଲାଗି ଜୀବନ ବଞ୍ଚେ ଆମର।

ସୈନିକ ଭାଇ ପୁଣି ଆମ ଦେଶର

ଜଗିଥାଏ ଦେଶର ସୀମା ପ୍ରାନ୍ତର

ଵହିଃଶତୃଠୁ ରକ୍ଷା କରିବା ପାଇଁ

ସଦା ସର୍ବଦା ସେ ଜାଗ୍ରତ ପ୍ରହରୀ।

ନ ଥାଏ ହିଂସା ଦ୍ୱେଷ ମନରେ ଗର୍ବ

ମାତୃଭୂମି ପ୍ରତି ସେବା ପ୍ରୀତିଭାବ

ଶତସିଂହ ପରି ଦେଖାଏ ସେ ଦମ୍ଭ

ଜୀବନ ଦିଏ ସେ ଶତୃ ମୁଖେ ଆଗ।

ଧନ୍ୟ ବୀର ସୈନିକ ଧନ୍ୟ କୃଷକ

ତୁମେ ହିଁ ଦେଶର ଭବିଷ୍ୟ ରକ୍ଷକ

ତୁମ ବଳିଦାନେ ଆମେ ବଳୀୟାନ

ତୁମକୁ କରୁଛୁ ସହସ୍ର ସଲାମ୍।



Rate this content
Log in