STORYMIRROR

Anirudha Kund

Others

3  

Anirudha Kund

Others

ଜୟ ଏକଦନ୍ତ

ଜୟ ଏକଦନ୍ତ

1 min
309

ଜୟ ଏକଦନ୍ତ    ଜୟ ଗୁଣବନ୍ତ

   ଅଗ୍ରପୁଜ୍ୟ ବିଘ୍ନବିନାଶକ

ଜୟ ଲମ୍ବୋଦର ଜୟ ବିଘ୍ନେଶ୍ବର

  ହେ ବିଦ୍ୟାଦାତା ଗଣନାୟକ

କାହିଁ ଏକା ଏକା ଦୁଃଖେ ବସିଅଛ

   ତୁମ ମୂଷିକ ହେଲାଣି ବ୍ୟସ୍ତ

ମୋବାଇଲ ମାୟା  ସବୁ ଏଠି ବାୟା

     ଏ ନିଶାଟା ବଡ ଜବର୍ଦସ୍ତ୍ 

ଭକତ ବହୁତ   ଭକତି ଅଳପ

   ସମୟର ହିଁ ଭାରି ଅଭାବ

କ୍ୟାସେଟ ଭଜନେ ଡିସିକୋ ଗର୍ଜନେ

   କିଏ ଏଠି ଲଗାଇବ ଭାବ

ବିକୃତ କରନ୍ତି    ରୁପକୁ ତୁମର

  କରି ସାଜ ସଜା ଭିନ୍ନ ଭିନ୍ନ

କୁଶିକ୍ଷା ପ୍ରଭାବେ ମଣିଷ ଅଜ୍ଞାନ

   କରେ ତୁମର ଅସନମାନ

କିମିତି ସହୁଛ ଏମିତି ସଂସ୍କାର

   କର ପ୍ରଭୁ ଅବଗୁଣ ଦୁର

ଶୁଣ ନିବେଦନ  ଆହେ ଗଜାନନ

   ଟିକେ ଜ୍ଞାନର ବରଷା କର

ତୁମେ ହିଁ ପାରିବ  ସୁଧାରି ଆମକୁ

  ଦେଖାଅ ପ୍ରଭୁ ତୁମ ପ୍ରକୋପ

ଫେରି ଆସୁ ଅମ  ଶାଶ୍ବତ ସଂସ୍କୃତି

  ଜଳି ଉଠୁ ବୁଦ୍ଧିର ଆଲୋକ


Rate this content
Log in