STORYMIRROR

Papu parida

Others

3  

Papu parida

Others

ଜଉଗଡ଼ ରାଜାଙ୍କ ବାହାଘର

ଜଉଗଡ଼ ରାଜାଙ୍କ ବାହାଘର

1 min
176

ବାହା ହେବେ ଆଜି ଜଉଗଡ଼ ରାଜା

ଆନନ୍ଦ ଉଲ୍ଲସେ ନାଚୁଛନ୍ତି ପ୍ରଜା।


ଆଲୋକ ମାଳାରେ ଝଲସେ ତା ଦେହ

ପବନ ବି ଆଜି ବାସେ ମହ ମହ।


ସରିଲା ଦୁର୍ଦ୍ଦିନ କମିଲା ଶୋଷଣ

ଆନନ୍ଦରେ ଏବେ କଟିବ ଜୀବନ।


ନଷ୍ଟପ୍ରାୟ ସ୍ଥିତି ହୋଇଥିଲା ତାର

କାନ୍ଦି କାନ୍ଦି ସେ ଯେ ମାଗିଲା ଉତ୍ତର।


ଦୁଃଖର ଦିନ ତା ହୋଇଗଲା ଶେଷ

କି ସୁନ୍ଦର ତାର ବାହାଘର ବେଶ।


ବରଯାତ୍ରୀ ଆଗେ ରାଇଜ ମୁଖିଆ

ନାନା ମନ୍ତ୍ରୀ ଯନ୍ତ୍ରୀ ହୋଇଲେଣି ଠିଆ।


ବାଣ ରୋଷଣୀରେ ପଡିବ ଉଠିବ

ନାଚ ଗୀତ ତାଳେ ମଣ୍ଡପ ସଜିବ।


କନିଆ ହୋଇବ ତାର ଶୋଭା କୀର୍ତ୍ତି

କେଡେ ସୁନ୍ଦର ଯେ ଏ ଚୋରା ପ୍ରୀତି।


ପ୍ରକୃତି ପ୍ରେମୀ ଯେ ସାଜି କନ୍ୟାଯାତ୍ରୀ

ରାଜାଙ୍କ ଉତ୍ସବେ କାଟାଇବେ ରାତ୍ରି।


ରାଜା ମଧ୍ୟ ଖୁସି ରାଣୀ ମଧ୍ୟ ଖୁସି

ବାହାଘର ସର୍ବେ ଦେଖିବାରେ ମିଶି।


ବାହାଘର ପରେ ବେଦି ମୁହଁ ପୋଡ଼ା

କନିଆ ତା ପରେ ନ ଖାଉ ଯେ ତଡା।


ରାଜ୍ୟବାସୀ ଯଦି ରଖିବେ ନଜର

ହସ ଖୁସିରେ ପୁରି ଉଠିବ ସଂସାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍