Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Others

5.0  

Bauribandhu Lenka

Others

ଜଠର ର ଜ୍ୱାଳା

ଜଠର ର ଜ୍ୱାଳା

1 min
252



ଜୀବନଟା ଯେ ପର୍ଯ୍ୟନ୍ତ ଅଛି ଏ ଶରୀରେ

ଜଠରର ଜ୍ୱାଳା କଣ ବନ୍ଦ ହୋଇପାରେ ?

ଏଇ ନିର୍ଜୀବ ଗାଡିଟା ବି—

ପେଟ୍ରୋଲ୍ କି ଡିଜେଲ୍ ନ ପିଇଲେ

ପାଦେ ବି ଆଗକୁ ଯାଏନି ।

ମୋର ବା ଦୋଷ କଣ ?

ଦୁଇ ଦୁଇଟି ଛୁଆଙ୍କ ମୁହଁରେ 

ଦାନା ଗଣ୍ଡାଏ ଦେବାକୁ ତ ହେବନା ।

ମୋ ପେଟର ଭୋକ 

ମୋ ପିଲାଙ୍କ ପେଟର ଭୋକ

ଯେଉଁମାନେ ମେଣ୍ଟେଇଲେ,

ସେମାନଙ୍କର ବାସନାର ଭୋକକୁ

ମୁଁ ମେଣ୍ଟେଇଲେ ଦୋଷ କଣ ?

ଆଜିକାଲି ବିନା ସ୍ୱାର୍ଥରେ —

କିଏ କାହାକୁ କଣ ସାହାଯ୍ୟ କରୁଛି ??




Rate this content
Log in