STORYMIRROR

Shubhra Suchitra Mahanta

Others

3  

Shubhra Suchitra Mahanta

Others

ଜରିଗୋଟାଳି

ଜରିଗୋଟାଳି

1 min
216

ମୁଁ ଏକ ଜରିଗୋଟାଳି....

ସକାଳ ହେଲେ ଅଖା ଟେ ଧରି

ରାସ୍ତାକୁ ଦଉଡି ଯାଏ

ପଡିଥାଏ ଯେତେ ଉଠାଇ ନିଏ

ଜରି ଭେଳିକି ଭେଳି...

ମୁଁ ଏକ ଜରିଗୋଟାଳି...


କେବେ ମନ୍ଦିର ମସଜିଦ ସାମନା 

ପୁଣି କେବେ ନରଦମା 

କେବେ ପୁଣି ଜରି ଖୋଜି ବୁଲେ 

ବୁଲି କେତେ କେତେ ଗଳି... 

ମୁଁ ଏକ ଜରିଗୋଟାଳି.... 


ଛିଣ୍ଡା ପୋଷାକ ଦେଖି ମୋର 

ଲୋକେ ଦିଅନ୍ତି ହସି 

ଖାଇବାକୁ ମାଗିଲେ ଗଣ୍ଡେ କାହାକୁ 

ମିଳଇ ଖାଲି ଗାଳି.... 

ମୁଁ ଏକ ଜରିଗୋଟାଳି.... 


ସ୍କୁଲ୍ କେତେ ଦେଖିଛି ହେଲେ 

ପଶି ମୁଁ ପାରେ ନାହିଁ 

ଜାତିରେ ନୀଚ ଅଟଇ ବୋଲି 

କୁହନ୍ତି ମୋତେ ମଳି... 

ମୁଁ ଏକ ଜରିଗୋଟାଳି.... 


ମାଆ ପଣତ ମୋ ପାଇଁ ସ୍ଵପ୍ନ 

ବାପା ବି ନଥାନ୍ତି ପାଖେ 

ଜରି ସାଥିରେ ଦିନ ରାତି କଟେ

ଏଇ ମୋ ଜୀବନ ଶୈଳୀ...

ମୁଁ ଏକ ଜରିଗୋଟାଳି....



Rate this content
Log in