STORYMIRROR

Jagabandhu Sahu

Others

3  

Jagabandhu Sahu

Others

ଜରିଗୋଟାଳି

ଜରିଗୋଟାଳି

1 min
230

ମୁଣ୍ତ ଗୁଞ୍ଜିବାକୁ  ନାହିଁ ବାସ ଟିକେ

    ଖାଇବାକୁ ନାହିଁ ଦାନା

ସହରେ ବୁଲୁଛି  ଏ'ମୁଣ୍ତୁ ସେ ମୁଣ୍ତ

     ପିନ୍ଧି ଖଣ୍ତେ ଚିରା କନା

ହାତରେ ଧରି ମୁଁ   ବସ୍ତାଟିଏ ପୁଣି

    ଗୋଟାଏ ଚିରା ଫଟା ଜରି

ପେଟ ଚାଖଣ୍ତକ   ପାଇଁ ନିତି ନିଏ

     ଜରି ବସ୍ତା ଭରି ଭରି

କିଏ କହେ ମୋତେ ଜରିଗୋଟାଳି ତ

     କିଏ କହେ ଭିକାରୁଣୀ

କିଏ କହେ ପୁଣି ପାଗଳିଟେ ବୋଲି

     ଦିଅନ୍ତି ଅଇଁଠା ଆଣି

ଭାରି ହନ୍ତସନ୍ତ  ଏଇ ମୋ ଜୀବନ

    ଜୀଇଁବା ହେଲାଣି କଷ୍ଟ

ଆହେ ମହାବାହୁ କୃପା ବାରେ ହେଉ

    ଦେଖାଅ ଯେ ଭଲ ବାଟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍