STORYMIRROR

Prasanta kumar Hota

Others

3  

Prasanta kumar Hota

Others

ଜପୁଛିରେ ତୋର ନାମ

ଜପୁଛିରେ ତୋର ନାମ

1 min
344


ଜପୁଛିରେ ତୋର ନାମ

ହେ ଚକାନୟନ

ଜପି ଜପି ତୋର ନାମ

ମୋର ଯାଉ ଏ ଜୀବନ

ହେ ନନ୍ଦ ନନ୍ଦନ

ମାଧବ ମଧୁସୂଦନ


ମୋର ଏ ଅଧିର ମନ

ମୋ ଅବୁଝା ପ୍ରାଣ

ହେ ଚକାନୟନ

କହିବୁକି ମୋର ପାଇଁ

ଶ୍ରୀକ୍ଷେତ୍ର କୁ ଯିବି ଯାଇ

ତୋ ମନ୍ଦିରେ ଦେଖୁଥିବି

ତୋ ରୂପକୁ ଚାହିଁ ଚାହିଁ


ତୋର ସେ କଳା ବଦନ

ଦେଖିବାକୁ ଭାଳେ ମନ

ଯିବି ବୋଲି ଭାବେ ସତେ

ବଡଦାଣ୍ଡ ପଥେ ପଥେ

ପରାଣ ଦେଇଛି ତୋତେ

ରହିଥିବି ତୋର ସାଥେ ।


ହେ ମୋର ଚକା ନୟନ

ହେ ମୋର କଳା ରତନ

ମୋର ଅଧିର ମନ

ମୋର ଅବୁଝା ପ୍ରାଣ

ଜୀବନର ହାନିଲାଭ

ନାହିଁ ଆଉ ମୋର ହାତେ

ସମର୍ପଣ ତୋତେ ଯେଣୁ

ନୁହେଁ ମୁଁ ତ ମୋର ମତେ


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍