ଜୋକ
ଜୋକ
1 min
913
ସପନ ଚଢେଇ କଅଁଳ ଡେଣା
ଆଶା ଗୋଟିଏ ପାହାଡି ଝରଣା
ପ୍ରେମ ଛାତିତଳେ ଗଦାଏ ନିଆଁ
ବନ୍ଧନ ସତେକି ତୃଷିତ ମାୟା।।
ଫଗୁଣ ଗୋଟିଏ ମିଳନ ଗାଁ
ଚଇତ ଅଟଇ ମହକ ବାଆ
ହୋଲି ଗୋଟିଏ ରଙ୍ଗର ନାଁ
ମନଟି ଅଟଇ ବଣୁଆ ଶୁଆ।।
ଯୌବନ ଭରା ମାଠିଆ ପାଣି
ସମ୍ଭୋଗ ଲାଳସା ସୁନା ହରିଣୀ
ସମ୍ପର୍କ ଡୋର ସୃଷ୍ଟି କରଣୀ
ଜୀବନ ଜିଇଁବା କୁହୁକ ମୁଣି।।
ପେଟ ଭୋକ ପୁଣି ମନର ଭୋକ
ଲୋଭ ମୋହ ରକ୍ତ ପିଇବା ଜୋକ
ଥରେ ଲାଗିଗଲେ ନ ମରେ ଶୋଷ
ମରିବା ପର୍ଯ୍ୟନ୍ତ ନ ହୁଏ ଶେଷ।।
*Satyabati swain,Balikuda,jagatsingpur*
<🎊>
